ତାଳି-ଥାଳି, ଘଣ୍ଟ-ଘଣ୍ଟା, ଶଙ୍ଖ ଧ୍ୱନୀରେ କମ୍ପିଲା ସହର-ବଜାରଠୁ ଆରମ୍ଭ କରି ଗାଁ-ଗଣ୍ଡା ପର୍ଯ୍ୟନ୍ତ ସର୍ବତ୍ର…

ବାଲେଶ୍ୱରରୁ କୋରାପୁଟ ସର୍ବତ୍ର ଉତ୍ସାହର ମାହୋଲ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନରେ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିବା ‘ଜନତା କର୍ଫ୍ୟୁ’କୁ ରାଜ୍ୟରେ ଅପୂର୍ବ ସଫଳତା ମିଳିବା ପରେ ଆଜି ସନ୍ଧ୍ୟାରେ ଦେଶ ସମେତ ରାଜ୍ୟର ଜନତା ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶର ପାଳନ କରି ତାଳି-ଥାଳି, ଘଣ୍ଟ-ଘଣ୍ଟା, ଶଙ୍ଖ ଧ୍ୱନୀରେ କମ୍ପିଲା ସହର-ବଜାରଠୁ ଆରମ୍ଭ କରି ଗାଁ-ଗଣ୍ଡା ପର୍ଯ୍ୟନ୍ତ ସର୍ବତ୍ର କମ୍ପାଇ ଦେଇଛନ୍ତି। ଓଡ଼ିଶାର ଲୋକେ ଝରକା, କବାଟ, ବାଲ୍‌କୋନି ନିକଟରେ ଛିଡା ହୋଇ ଆଜି ସନ୍ଧ୍ୟା ୫ଟା ୫ରେ ୫ ମିନିଟ ପାଇଁ ତାଳି-ଥାଳି, ଘଣ୍ଟ-ଘଣ୍ଟା, ଶଙ୍ଖ ବଜାଇ କର୍ଫ୍ୟୁ କାଳରେ ସେବା ପ୍ରଦାନକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ରାଜ୍ୟବାସୀ ମଧ୍ୟ ସେବାପ୍ରଦାନ କରୁଥିବା ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Photo by Tarun, Jeypore

 

ଭୁବନେଶ୍ୱର, କଟକ, ବାଲେଶ୍ୱର, ଖୋର୍ଦ୍ଧା, ଭଦ୍ରକ, ରାଉରକେଲା, ନୟାଗଡ଼, ପୁରୀ ଜୟପୁରରେ ଲୋକେ ନିଜ ଘର ବାଲକୋନିରେ ଘଣ୍ଟ ଓ ଥାଳି ବଜାଇ ସେବାପ୍ରଦାନ କରିଥିବା ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି କାମରେ ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ଲୋକେ ମଧ୍ୟ ସାମିଲ ହୋଇଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ରାଜ୍ୟବାସୀ ଜନତା କର୍ଫ୍ୟୁକୁ ବିପୁଳ ସମର୍ଥନ ଜଣାଇଛନ୍ତି।

Photo by Kanha, Puri

ସୂଚନାଯୋଗ୍ୟ, ସେବା ପ୍ରଦାନ କରୁଥିବା ଡାକ୍ତର, ପୁଲିସ କର୍ମୀ, ମିଡିଆ କର୍ମୀ, ସଫେଇ କର୍ମୀଙ୍କୁ  ଲୋକେ ଏଭଳି ପରିସ୍ଥିତିରେ ସେମାନଙ୍କ କାମ ଅହରହ ଜାରି ରଖିଥିବାରୁ ସେମାନଙ୍କ ପ୍ରତି କୃତଜ୍ଞତା ସ୍ୱରୂପ ତାଳି, ଥାଳି ବଜାଇବାକୁ ପ୍ରଧାନମନ୍ତ୍ରୀ ମୋଦୀ ନିବେଦନ କରିଥିଲେ।

Photo by Malaya Sahoo, Rourkela

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଆହ୍ଵାନ ପରେ ଦେଶବ୍ୟାପୀ ବିଭିନ୍ନ ସହରରେ ଏହାର ପ୍ରଭାବ ତୁରନ୍ତ ଦେଖିବାକୁ ମିଳିଛି।

Photo by Ritendra Chhatoi, Nayagarh
ସମ୍ବନ୍ଧିତ ଖବର