ସ୍କୁଲରେ ଭୌତିକ କାଣ୍ଡ: କେହି ଜଣେ ଘୋଷାଡି ନେଇ ଛାଟରେ ପିଟୁଛି ବୋଲି ପିଲାମାନେ ଅଭିଯୋଗ କରିଛନ୍ତି

ମୋହନା: ମୋଦନାସ୍ଥିତ ଆର.ଉଦୟଗିରି ଥାନାର ଗୋପବନ୍ଧୁ ବିଦ୍ୟାପୀଠର ଛାତ୍ରଛାତ୍ରୀମାନେ ଭୂତ ଭୟରେ ୪ଦିନ ହେଲା ସ୍କୁଲ ଯାଉ ନଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଗୋପବନ୍ଧୁ ବିଦ୍ୟାପୀଠରେ ପ୍ରାର୍ଥନାସଭା ଚାଲିଥିବା ବେଳେ ୫ଜଣ ପିଲା ମୁର୍ଚ୍ଛା ହୋଇ ପଡି ଯାଇଥିଲେ। ପରେ ସେମାନେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପିଲାମାନେ ମୁର୍ଚ୍ଛର୍ା ପଡ଼ିବା ଓ ଝାଡାବାନ୍ତର ଶିକାର ହେବା ନେଇ ସ୍ଥାନୀୟ ଅଞ୍ଚଳରେ ଭୌତିକ କାଣ୍ଡ ଆଶଙ୍କା କରି ଏକ ପ୍ରକାର କୋକୁଆ ଭୟ ଖେଳି ଯାଇଛି।

ଛାତ୍ରଛାତ୍ରୀଙ୍କ କହିବାନୁସାରେ, ତାଙ୍କ ଲାଗୁଛି ଯେମିତି ତାଙ୍କୁ କେହି ଭିଡୁଛି ଓ ଛାଟରେ ପିଟିବାରେ ଲାଗୁଛି। ବିଦ୍ୟାଳୟରେ ଏପରି ଭୌତିକ କାଣ୍ଡ ଘଟୁଥିବା ହେତୁ ଗତ ୪ଦିନ ହେବ ଭୟରେ ପିଲାମାନେ ସ୍କୁଲ ଯାଉ ନଥିବା ବେଳେ ଅଭିଭାବକମାନେ ବି ସେମାନଙ୍କ ପିଲାଙ୍କୁ ସ୍କୁଲ ଛାଡୁ ନାହାନ୍ତି।

ସେହିପରି ଜାନୁଆରି ୧୪ ତାରିଖରେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନରତ ଜଣେ ଛାତ୍ରୀଙ୍କ ଅସ୍ୱାଭାବିକ ଭାବେ ଆଚରଣ ବଦଳି ଯାଇଥିଲା। ପାଟିରୁ ଲାଲ ବାହାରି ମୁଣ୍ଡ ଗୋଟିଏ ପଟକୁ ଢ଼ଳି ଯାଇଥିଲା। ଉକ୍ତ ଛାତ୍ରୀଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲ।

ସମ୍ବନ୍ଧିତ ଖବର