ସକାଳ ଦଶଟା ପର୍ଯ୍ୟନ୍ତ ଛାଡୁ ନାହିଁ କୁହୁଡି; ରାସ୍ତାରେ ଗାଡିଚଳାଚଳରେ ହେଉଛି ଅସୁବିଧା

ଘୁ.ଉଦୟଗିରି: ଘୁ.ଉଦୟଗିରି ଅଞ୍ଚଳରେ ପାଗ ବଦଳିବାରେ ଲାଗିଛି। ଶୀତ ଯେମିତି ଲୁଚକାଳି ଖେଳ ଖେଳୁଛି। କାରଣ ମାର୍ଗଶିର ମାସ ସରିବାକୁ ବସିଲାଣି ହେଲେ ସେଭଳି ଶୀତ ଆରମ୍ଭ ହୋଇନାହିଁ। ତାପମାତ୍ରା ଦଶ ଡିଗ୍ରୀ ଉପରେ ରହୁଛି। ସକାଳୁ କୁହୁଡ଼ିରେ ସାରା ଅଞ୍ଚଳ ଆଚ୍ଛାଦିତ ହେଇ ରହୁଥିବା ବେଳେ ଗତ ଦୁଇ ଦିନ ହେଲା ଆକାଶ ମେଘାଛର୍ଣ୍ଣ ରହୁଛି। ସୂର୍ଯ୍ୟଙ୍କ ଦର୍ଶନ ମିଳୁନାହିଁ। ମଧ୍ୟରାତ୍ରରୁ କୁହୁଡ଼ି ଆରମ୍ଭ ହେବା ଯୋଗୁଁ ରାସ୍ତାରେ ଗାଡିଚଳାଚଳରେ ବାଧା ଉପୁଜୁଛି।

ଘୁ.ଉଦୟଗିରି ପାହାଡିଆ ଅଞ୍ଚଳ ଯୋଗୁଁ ସାରା ଅଞ୍ଚଳ ଜଙ୍ଗଲ ପାହାଡ଼ ପର୍ବତ ଘାଟି ରାସ୍ତା। ଅଙ୍କା ବଙ୍କା ରାସ୍ତା ସାଙ୍ଗକୁ ଘାଟିରେ ଏଭଳି ପରିସ୍ଥିତିରର କୁହୁଡ଼ି ଗାଡିଚାଳକଙ୍କ ପାଇଁ ବାଧକ ସାଜୁଛି । ମେଗୁଆ ପାଗ ଯୋଗୁଁ ଶୀତ ଉଭାନ ହୋଇଯାଇଛି।

ଚଳିତ ବର୍ଷ ଯେଭଳି ଶୀତ ଏକ ପ୍ରକାର ଲୁଚକାଳି ଖେଳ ଖେଳୁଛି।ବର୍ତ୍ତମାନ ଲାଗିରହିଥିବା ପାଗ ବି ବାହାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ବିଶେଷ କରି କଳିଙ୍ଗା ଘାଟିର ଝରଣା,ସୁଦର ସବୁଜ ବନାନୀ ସୁଉଚ୍ଚ ପାହାଡ଼ ପର୍ବତ,ଶାଳ ବଣ, ଝାଉଁ ବଣ ପ୍ରଭୁତି ପ୍ରତି ବାହାର ପର୍ଯ୍ୟଟକ ଆକୃଷ୍ଟ ହୋଇ ଭୋଜି ଭାତ କରିବା ସହ ଘାଟିରେ ଦୀର୍ଘ ସମୟ ଅତିବାହିତ କରି ବେଶ ଆନନ୍ଦ ପାଉଛନ୍ତି।

ସମ୍ବନ୍ଧିତ ଖବର