ଭୋଗରାଇ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ସଂଲଗ୍ନ ବଙ୍ଗୋପସାଗରକୁ ମାଛ ମାରିବାକୁ ଯାଇଥିବା ମତ୍ସ୍ୟଜୀବୀଙ୍କ ଜାଲରେ ଆଜି ୮ କ୍ୱିଣ୍ଟାଲ ଓଜନର ଏକ ବିରାଟକାୟ ମାଛ ଲାଗିଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକେ ଏହାକୁ ‘ଶଙ୍କର’ ମାଛ ବୋଲି କହିଛନ୍ତି। ମାଛଧରା ଟ୍ରଲର୍ଟି ପଶ୍ଚିମବଙ୍ଗ ଦୀଘା ମୁହାଣରେ ଲାଗିବା ପରେ ଏହାକୁ ଦେଖିବା ପାଇଁ ବହୁ ଲୋକଙ୍କ ଭିଡ଼ ହୋଇଥିଲା। ଗଭୀର ସମୁଦ୍ର ଭିତରେ ଧରାପଡ଼ିଥିବା ଏହି ମାଛକୁ ସାର୍କ ଭାବି ମତ୍ସ୍ୟଜୀବୀମାନେ ପ୍ରଥମେ ଭୟଭୀତ ହୋଇ ପଡ଼ିଥିଲେ। ତେବେ ସାହସ ବାନ୍ଧି କୌଶଳକ୍ରମେ ତାକୁ ଦୀଘା ମୁହାଣକୁ ଆଣିଥିଲେ। ଏହି ମାଛର ତେଲ, ଚର୍ବି ଔଷଧ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ ବୋଲି ସୂଚନା ମିଳିଛି। କୋଲକାତାର ‘ମେରିନ୍’ ନାମକ ଏକ କମ୍ପାନି ମାଛଟିକୁ ୮ ଲକ୍ଷ ଟଙ୍କାରେ କିଣି ନେଇଥିବା ଜଣାପଡ଼ିଛି।
ଜାଲରେ ଫସିଲା ବିଶାଳକାୟ ସାଙ୍କୁଚ, ୮ ଲକ୍ଷ ଟଙ୍କାରେ କିଣିନେଲା କୋଲକତାର ମେରିନ୍ କମ୍ପାନି
/sambad/media/post_attachments/wp-content/uploads/2020/12/fish.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)