ରାୟଗଡ଼ା: ଗୁଣପୁର ଜିଆଇଇଟି ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ୬ କରୋନା ପଜିଟିଭ ଚିହ୍ନଟ ହେବା ପରେ ୩ ଦିନ ବିଶ୍ୱବିଦ୍ୟାଳୟ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି ଗୁଣପୁର ଉପଜିଲ୍ଲାପାଳ ସୋନାଲ ଜେନା।
୮ରୁ ୧୦ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ବନ୍ଦ ରହିବ। ସମ୍ପୂର୍ଣ୍ଣ କ୍ୟାମ୍ପସକୁ ସାନିଟାଇଜ କରାଯିବା ପରେ ପୁଣି ଥରେ ବିଶ୍ୱବିଦ୍ୟାଳୟ ଖୋଲିବା ଦିଗରେ ପ୍ରଶାସନ ନିଷ୍ପତ୍ତି ନେବ। ଗତକାଲି ଗୁଣପୁର ସହରରୁ ୧୩ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬ ଆକ୍ରାନ୍ତ ଜିଆଇଇଟି କ୍ୟାମ୍ପସର ବୋଲି ଜଣାପଡ଼ିଛି । ହଷ୍ଟେଲର କିଛି କ୍ୟାମ୍ପସକୁ ବନ୍ଦ କରାଯିବା ସହ ଅନ୍ତେବାସୀଙ୍କୁ ଘରକୁ ଯିବାକୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/download-1-3.jpg)