ଯାଜପୁର: ୨୮ ଦିନ ଧରି ଅପହରଣ ପରେ ଗଣଦୁଷ୍କର୍ମ କରି ନଦୀକୁ ଫିଙ୍ଗିଦେଇଥିଲେ ଦୁର୍ବୃତ୍ତ, ଯୁବତୀ ଉଦ୍ଧାର

ଯାଜପୁର: ଗତ ଅଗଷ୍ଟ ମାସ ୨୦ ତାରିଖ ଦିନ ଗାଁ ନିକଟସ୍ଥ ବଜାରକୁ ଆସିଥିବା ବେଳେ କେତେକ ଦୁର୍ବୃତ୍ତ ଯୁବତୀଙ୍କୁ ଅପହରଣ କରି ନେଇଥିଲେ। ଅପହରଣ ପରେ ଦୀର୍ଘ ୨୮ ଦିନ ଧରି ଏକ ନିଛାଟିଆ ଘରେ ରଖି ଗଣ ଦୁଷ୍କର୍ମ କରିବା ପରେ ଗତକାଲି ରାତିରେ ହତ୍ୟା ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ସମ୍ପୃକ୍ତ ଯୁବତୀଙ୍କୁ ଖରସ୍ରୋତା ନଦୀକୁ ଫିଙ୍ଗି ଦେଇଥିଲେ। ତେବେ କୌଣସି ମତେ ନଦୀ ପହଁରି ପହଁରି ଯୁବତୀ ଜଣକ କୂଳରେ ଲାଗିବା ପରେ ଏ ନେଇ ଗ୍ରାମବାସୀଙ୍କୁ କହିଛନ୍ତି। ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ପୁଲିସ ଯୁବତୀଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି। ଅପରପକ୍ଷେ ଯୁବତୀଙ୍କ ପରିବାର ପକ୍ଷରୁ ଗତ ଅଗଷ୍ଟ ୨୦ ତାରିଖ ଦିନ ଯୁବତୀଙ୍କ ନିଖୋଜ ସମ୍ପର୍କରେ କୁଆଖିଆ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ହାତରେ ହାତ ବାନ୍ଧି ବସିଥିବାରୁ ଏପରି ଏକ ଗଣ ଦୁଷ୍କର୍ମ ଘଟଣା ଘଟିଛି ବୋଲି ଲୋକେ ପୁଲିସକୁ ଦାୟୀ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଜଣେ ଯୁବତୀ ଖରସେଆତା ନଦୀରେ ଭାସି ଭାସି ଆସି ଯାଜପୁର ଜିଲ୍ଲା କୁଆଖିଆ ଥାନା ରାଉତରାପୁର ଗାଁ ନିକଟସ୍ଥ ନଦୀକୂଳରେ ଲାଗିଥିଲେ। କୌଣସି ମତେ ନଦୀରୁ ବାହାରି ଯୁବତୀ ଜଣକ ଗାଁ ଲୋକଙ୍କୁ କହିଥିଲେ ଯେ ଗତ ଅଗଷ୍ଟ ୨୦ ତାରିଖ ଦିନ ସେ ମଧୁବନ ବଜାରକୁ ଆସିଥିବା ବେଳେ କେତେକ ଦୁର୍ବୃତ୍ତ ତାଙ୍କୁ ଅପହରଣ କରି ନେଇ ଗଣଦୁଷ୍କର୍ମ କରିଥିଲେ ଓ ପରେ ତାଙ୍କୁ ଖରସ୍ରୋତା ନଦୀ ଭିତରକୁ ଫିଙ୍ଗି ଦେଇ ପଳାଇ ଯାଇଛନ୍ତି। ଏହା ଶୁଣିବା ପରେ ଗ୍ରାମବାସୀମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହତ ଲୋକେ ପୁଲିସକୁ ଖବର ଦଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଧରି ଥାନାକୁ ଆଣିଥିଲା। ତେବେ ଥାନାରେ ଜଣାପଡ଼ିଥିଲେ େ ଜଣେ ଯୁବତୀଙ୍କ ନିଖୋଜ ସମ୍ପର୍କରେ ୨୦ ତାରିଖରେ ଯେଉଁ ମାମଲା ହୋଇଥିଲା, ଏ ହେଉଛନ୍ତି ସେହି ଯୁବତୀ। ତେଣୁ ପୁଲିସ ଯୁବତୀଙ୍କ ପରିବାରକୁ ଖବର ଦେଇ ଘଟଣାର ତଦ୍‌ନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର