ବେକରେ ଓଢ଼ଣି ବାନ୍ଧି ଯୁବତୀଙ୍କ ଆତ୍ମହତ୍ୟା

ବାଲିଅନ୍ତା: ସ୍ଥାନୀୟ ବେଣୁପର ଗ୍ରାମରେ ସ୍ମୃତିପ୍ରଜ୍ଞା ଛୋଟରାୟ ନାମକ ଜଣେ ଯୁବତୀ ବେକରେ ଓଢ଼ଣି ବାନ୍ଧି ଆତ୍ମହତ୍ୟା କରିଛନ୍ତି। ପରିବାର ଲୋକ ସ୍ମୃତିପ୍ରଜ୍ଞାଙ୍କୁ ଫ୍ୟାନରୁ ତଳକୁ ଓହ୍ଲାଇଥିଲେ। ହେଲେ ସେତେବେଳକୁ ସ୍ମୃତିପ୍ରଜ୍ଞାଙ୍କର ମୃତ୍ୟୁ ହୋଇଯାଇଥିଲା। ଏନେଇ ସେମାନେ ବାଲିଅନ୍ତା ଥାନାକୁ ଫୋନ କରି ଜଣାଇଥିଲେ। ଖବର ପାଇ ବାଲିଅନ୍ତା ଥାନା ପୁଲିସ ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଘର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସ୍ମୃତିପ୍ରଜ୍ଞାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପାରିବାରିକ କଳହ ଯୋଗୁ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ସକାଳେ ସ୍ମୃତିପ୍ରଜ୍ଞାଙ୍କର ଉଠିବାରେ ବିଳମ୍ବ ହେବାରୁ ପରିବାର ଲୋକ ତାଙ୍କୁ କବାଟ ବାଡ଼େଇ ଡାକିଥିଲେ। ହେଲେ ସ୍ମୃତିପ୍ରଜ୍ଞା କିଛି ଉତ୍ତର ନଦେବାରୁ ଘର ଲୋକଙ୍କର ସନ୍ଦେହ ହେବାରୁ କବାଟ ଭାଙ୍ଗିଥିଲେ। ସ୍ମୃତିପ୍ରଜ୍ଞା ଫ୍ୟାନରେ ଝୁଲୁଥିବା ଦେଖି ତଳକୁ ଆଣିଥିଲେ। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋ‌ଇଯାଇଥିଲା।

ସମ୍ବନ୍ଧିତ ଖବର