ରାଜନଗର: ଆଜି ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଚାଳି ବାଉଁଶମୂଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ପ୍ରିୟସ୍ମିତା ରାଉଳ ନାମକ ଜଣେ ୧୬ ବର୍ଷୀୟା ନାବାଳିକାଙ୍କର ନିଆଁରେ ପୋଡି ହୋଇ ସନ୍ଦେହଜନକଭାବେ ମୃତ୍ୟୁ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ଗାଁରେ ପହଞ୍ଚି ନାବାଳିକାଙ୍କର ମୃତଦେହ ଉଦ୍ଧର କରିଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ଅଭୟ ରାଉଳ ଓ ତାଙ୍କ ପତ୍ନୀ ମୁମ୍ବାଇରେ ରହୁଥିବା ବେଳେ ତାଙ୍କ ଝିଅ ପ୍ରିୟସ୍ମତା ରାଉଳ ନିଜ ଜେଜିମାଆଙ୍କ ସହିତ ଗାଁରେ ରହି ସାବିତ୍ରୀ ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୦ମ ଶ୍ରେଣୀରେ ପଢ଼ୁଥିେଳେ। ଆଜି ପ୍ରିୟସ୍ମିତା ସ୍କୁଲକୁ ଯାଇ ନ ଥିବା ବେଳେ ଦିନ ପ୍ରାୟ ସାଢ଼େ୧୨ଟା ବେଳେ ହଠାତ ତାଙ୍କ ଘରେ ନିଆର୍ ଲାଗି ଯାଇଥିଲା।ଏହି ନିଆଁରେ ତାଙ୍କ ଚାଳଘରର ଦୁଇ ବଖରାର କିଛି ଅଂଶ ପୋଡ଼ି ହୋଇଯାଇଥିିବା ବେଳେ ନିଆଁରେ ପୋଡ଼ି ହୋଇ ପ୍ରିୟସ୍ମିତାଙ୍କର ମୃତ୍ୟୁ ଘଟିଛି। ତେବେ ଏହାକୁ ନେଇ ଗାଁରେ ବିଭିନ୍ନ ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡ ଆକସ୍ମିିକ କିମ୍ବା ସ୍ୱେଚ୍ଛାକୃୃତ ସେ ନେଇ ସନ୍ଦେହ କରାଯାଉଥିବା ବେଳେ ଦୁର୍ଘଟଣାରେ ପ୍ରିୟସ୍ମିତାଙ୍କର ମୃତ୍ୟୁ ଘଟିଛି, ସେ ଆତ୍ମହତୃା କରିଛନ୍ତି କିମ୍ବା ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି, ସେ ନେଇ ବିଭିନ୍ନ କଥା ଆଲୋଚନା ହେଉଛି। ଖବରପାଇ ରାଜନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ରାଜନଗର: ଜିଅନ୍ତା ଜଳିଗଲେ ୧୬ ବର୍ଷର ନାବାଳିକା
/sambad/media/post_attachments/wp-content/uploads/2018/10/rajnagar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)