ଘର ସହ ଜଳିଗଲା ୨ ମାସର ଶିଶୁକନ୍ୟା

କପ୍ତିପଦା: କପ୍ତିପଦା ବ୍ଲକ୍‌ ଶରତ ଥାନା ଅଧୀନ ସରଡ଼ିହା ପଞ୍ଚାୟତ ଭଣ୍ଡାର ଗ୍ରାମରେ ଚୁଲିନିଆଁରୁ ଭୟାବହ ଅଗ୍ନିକାଣ୍ଡ ଘଟି ଏକ ଘର ଜଳି ଯାଇଥିବା ବେଳେ ଘରେ ଶୋଇଥିବା ୨ ମାସର ଶିଶୁକନ୍ୟା ମଧ୍ୟ ଜୀବନ ଦଗ୍ଧ ହୋଇଯାଇଛି। ଏହି ଗ୍ରାମର ଚୈତନ୍ୟ ମହାକୁଡ଼ ଓ ସବିତା ମହାକୁଡ଼ଙ୍କ ଝିଅ ଶିବାନୀ ଚୁଲି ପାଖରେ ଏକ ଖଟିଆରେ ଶୋଇଥିଲା। ଚୁଲିରେ ଓଦା କାଠ ଶୁଖାଇ ଘରେ ଲୋକେ ଅନ୍ୟ କାମରେ ବ୍ୟସ୍ତ ଥିବା ବେଳେ ସବିତା ଶୌଚ ହେବାକୁ ଯାଇଥିଲେ। ତେବେ ଏହି ସମୟରେ କାଠରୁ ଅଗ୍ନି ସଂଯୋଗ ଘଟି ଘରଟି ହୁ ହୁ ହୋଇ ଜଳିଉଠିଥିଲା। ନିଆଁର ପ୍ରକୋପ ଏତେ ଭୟାନକ ଥିଲା ଯେ ପରିବାର ଲୋକେ ଶିଶିଟିକୁ ଘର ଭିତରୁ ଉଦ୍ଧାର କରି ପାରିନଥିଲେ। ଖବର ପାଇ କପ୍ତିପଦା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହି ଅଗ୍ନିକାଣ୍ଡରେ ନିଜର ସର୍ବସ୍ବ ହରାଇବା ସହ ଝିଅକୁ ବି ହରାଇଦେଲେ ଚୈତନ୍ୟଙ୍କ ପରିବାର।

ସମ୍ବନ୍ଧିତ ଖବର