ଟିକା ନେଇ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୋକିଆ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରିଗୁଡ଼ାରେ ଜଣେ ଶିଶୁକନ୍ୟା  ବୁଧବାର ଟିକା ନେବା ପରେ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏନେଇ ପରିବାର ଲୋକ ପାପଡାହାଣ୍ଡି ମେଡିକାଲ ଅଧିକାରୀ ପ୍ରିୟ ରଞ୍ଜନ ବାହାଲିଙ୍କୁ  ଲିଖିତ ଅଭିଯୋଗ କରିଛନ୍ତି। ଶିଶୁକନ୍ୟାର ମୃତ୍ୟୁକୁ ନେଇ  ଗ୍ରାମରେ ଏକ ପ୍ରକାରର ଭୟର ବାତାବରଣ ଦେଖାଦେଇଛି।

ସୂଚନା ଅନୁଯାୟୀ ଡଙ୍ଗରିଗୁଡା ଗ୍ରାମରେ ଟିକା କରଣ ଥିଲା।  ଜଗନ୍ନାଥ ସୌରାଙ୍କ ଚାରି ମାସର ଶିଶୁକନ୍ୟାକୁ ମେଡିକାଲ ତରଫରୁ ଏଏନଏମ ଘରକୁ ଯାଇ ଟିକାକାରଣ କରିଥିଲେ। ଟିକାକାରଣ କରିବାର ୪୫ ମିନିଟ ପରେ ଶିଶୁକନ୍ୟାର ମୃତ୍ୟ ହୋଇଯାଇଥିଲା।  ପୂର୍ବରୁ ଶିଶୁକନ୍ୟାର ବାପା ପତ୍ନୀକୁ ଟିକାକାରଣ କରିବାକୁ ମନା କରି ଚାଷ ଜମିକୁ ଚାଲିଯାଇଥିଲେ। ପରେ ସେ ଖବର ପାଇଥିଲେ ଯେ  ଟିକା ନେବା ପରେ ଶିଶୁକନ୍ୟାର ମୃତ୍ୟ ହୋଇଯାଇଛି। ଏନେଇ ସେ ସ୍ୱାସ୍ଥ୍ୟ ବିଭାଗକୁ ଦାୟୀ କରିଛନ୍ତି। ଟିକା ନେବା ପରେ ଶିଶୁର ଦେହରେ ପ୍ରତିକ୍ରିୟା ହୋଇଥିବା ଅଭିଯୋଗ କରିଛନ୍ତି। ସେ ଲିଖିତ ଆକାରରେ ପାପଡାହାଣ୍ଡି ମେଡିକାଲ ଇନଚାର୍ଜକୁ ଅବଗତ କରିଛନ୍ତି।

ଖବର ପାଇବା ପରେ ପାପଡାହାଣ୍ଡି ମେଡିକାଲ ଡାକ୍ତର ଦିଲୀପ ଦଳେଇ ଓ  ବିପିଏମ ନିବେଦିତା ମହାନ୍ତି ଡଙ୍ଗରିଗୁଡା ଯାଇ ଶିଶୁକନ୍ୟାର ମୃତ୍ୟୁ ତଦନ୍ତ କରି ଫେରିଛନ୍ତି।  ପରିବାର ଲୋକଙ୍କୁ ଶବ ବ୍ୟବଛେଦ କରିବା ପାଇଁ ଡାକ୍ତର ପରମର୍ଶ କରିଥିଲେ। କିନ୍ତୁ ପରିବାର ଲୋକେ ଅରାଜି ହୋଇଥିଲେ। ତେବେ ଘଟଣାକୁ ନେଇ ଅଂଚଳରେ ଟିକା ନେଇ ଦ୍ୱନ୍ଦ୍ୱ ହୋଇଛି। ଯଦି ଶିଶୁକନ୍ୟାର ଦେହରେ ପ୍ରତିକ୍ରିୟା ଦେଖାଦେଲା ତାହାର ପ୍ରତିକାର କାହିଁକି କରାଗଲା ନାହିଁ ବୋଲି ପ୍ରଶ୍ନ ଉଠିଛି। ଟିକାକୁ ନେଇ ଗ୍ରାମରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ତଦନ୍ତ ରିପୋଟ ଆସିଲେ ପ୍ରକୁତ କଥା ଉନ୍ମୋଚନ ହୋଇପାରେ।

ସମ୍ବନ୍ଧିତ ଖବର