ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡ଼ା ଶିଳିଆମୁଣ୍ଡା ପୋଖରୀ ନିକଟରୁ ଗୁରୁବାର ଅପରାହ୍ନରେ ଏକ ସଦ୍ୟ ନବଜାତ ଶିଶୁକନ୍ୟାକୁ ଉଦ୍ଧାର ହୋଇଛି।
ସୂଚନାଯୋଗ୍ୟ, ଅନୁଗୋଳ ଜିଲ୍ଲା ପାଲଲହଡ଼ା ଶିଳିଆମୁଣ୍ଡା ପୋଖରୀ ନିକଟରେ ଥିବା ଏକ ଅମରୀ ବୁଦାମୂଳରେ ଏକ ନବଜାତ ଶିଶୁକନ୍ୟା ପଡ଼ିଥିବା ସ୍ଥାନୀୟ ଲୋକେ ଆଜି ଗାଧୋଇ ଆସୁଥିବା ସମୟରେ ଦେଖିବାକୁ ପାଇଥିଲେ। ଏହାପରେ ସ୍ଥାନୀୟ ଲୋକେ ନବଜାତ ଶିଶୁଟି ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିଥିଲା। ଏହାପରେ ଶିଶୁଟିକୁ ପାଲଲହଡ଼ା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଶିଶୁଟି ସୁସ୍ଥ ଥିବା କଥା ଡାକ୍ତର ସୂଚନା ଦେଇଛନ୍ତି। ଦୁଇତିନିଦିନ ହେବ ଶିଶୁଟି କିଛି ଖାଇ ନଥିବାରୁ ଅସୁସ୍ଥ ହୋଇପଡ଼ିଥିବା ଡାକ୍ତର ସୂଚନା ଦେଇଛନ୍ତି। ଖାଦ୍ୟ ପାଇଁ ଅନୁଗୁଳ ଶିଶୁ ସୁରକ୍ଷା ମାତ୍ୟ ମଙ୍ଗଳ କେନ୍ଦ୍ର ସହିତ ଯୋଗଯୋଗ କରାଯାଇଛି। ଶିଶୁଟିର ଓଜନ ୩କେଜି ଥିବା କଥା ଜଣାପଡ଼ିଛି। ଅଙ୍ଗନବାଡି କର୍ମୀ ଶିଶୁଟିର ଯତ୍ନ ନେଉଛନ୍ତି।
ଶିଶୁ କନ୍ୟାଟିକୁ ଜନ୍ମ ଦେବା ପରେ କେହି ତାକୁ ଛାଡ଼ି ଚାଲିଯାଇଥିବା ସନ୍ଦେହ କରାଯାଉଛି। ଶିଶୁଟି ସୁସ୍ଥ ହେବା ପରେ ସିଡବ୍ଲୁସିକୁ ପଠାଯିବ ବୋଲି ସିଡିପିଓ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/child.png)