ଯାଜପୁର: ପାଣିକୋଇଲି ଥାନା ପାଣିକୋଇଲି ଗ୍ରାମର ରବିନ୍ଦ୍ର ଭୂୟାଙ୍କ ଝିଅ ଶୁଭଶ୍ରୀ ଭୂୟା (୧୬)ରଶି ଲଗାଇ ଆତ୍ମହତ୍ୟା କରିଛିନ୍ତି। ସେ ସ୍ଥାନୀୟ କଲେଜରେ ଯୁକ୍ତ ଦୁଇର ଛାତ୍ରୀ ଥିଲେ. ଗତକାଲି ରାତିରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପରିବାର ପକ୍ଷରୁ ତାଙ୍କୁ ଯାଜପୁର ଚିକିତ୍ସାଳୟ ଅଣା ଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ତେବେ ସମସ୍ତେ ନୂଆବର୍ଷକୁ ସ୍ୱାଗତ ପାଇଁ ବ୍ୟସ୍ତ ଥିବା ବେଳେ ଏହି କୋମଳମତି ନାବାଳିକା ଜଣକ କାହିଁକି ଆତ୍ମହତ୍ୟା କଲେ ତାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି। ତାଙ୍କ ପରିବାର ସୂତ୍ରରୁ ପ୍ରକାଶ ଯେ, କେହି ତାଙ୍କୁ କିଛି କହି ନ ଥିବା ବେଳେ ସେ ଗତକାଲି ରାତିରେ ଖାଇ ଶୋଇଥିଲେ। ଆଜି ସକାଳୁ ତାଙ୍କ ଝୁଲୁଥିବା ଅବସ୍ଥାରେ ଦେଖି ପରିବାର ଲୋକେ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।