ସ୍କୁଲ ହଷ୍ଟେଲ ଗାଧୁଆଘର ସାଓ୍ଵାରରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଏକଲବ୍ୟ ମଡେଲ ସ୍କୁଲରୁ ଜଣେ ଯୁକ୍ତଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହକୁ ସୋମବାର ଅପରାହ୍ନରେ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀଙ୍କ ଘର କୋଷାଗୁମୁଡା ବ୍ଲକ୍‌ରେ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ମୃତ ଛାତ୍ରୀ ଏକଲବ୍ୟ ମଡେଲ ସ୍କୁଲର ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ରୀ ଥିବା ଜଣାପଡ଼ିଛି। ଆଜି ଅପରାହ୍ନରେ ସ୍କୁଲ ହଷ୍ଟେଲ ଗାଧୁଆଘର ସାଓ୍ଵାରରେ ସେ ଝୁଲୁ ଥିବା ତାଙ୍କ ସାଙ୍ଗମାନେ ଦେଖିବାକୁ ପାଇଥିଲେ। ଏହାପରେ ହଷ୍ଟେଲ ଇନ୍‌ଚାର୍ଜଙ୍କୁ ଏନେଇ ଖବର ଦେଇଥିଲେ।

ହଷ୍ଟେଲ ଇନ୍‌ଚାର୍ଜ ଛାତ୍ରୀଙ୍କ ଆତ୍ମହତ୍ୟା ଖବର ପୁଲିସକୁ ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଛାତ୍ରୀଙ୍କ ମୃତଦେହକୁ ଗାଧୁଆଘର ସାଓ୍ଵାରରୁ ଠାବ କରିଥିଲା। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୃତ୍ୟୁ କାରଣ ଅସ୍ପଷ୍ଟ ଥିଲା। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର