ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ଡହ ଇନ୍ଦାଗଡ ନିକଟରେ ଆଜି ଅପରାହ୍ନରେ ଗଣେଶ ଭସାଣୀ ସମୟରେ କେନାଲରେ ଭାସି ଯାଇ ଜଣେ ନାବାଳିକାର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଡହ ଗ୍ରାମର ପ୍ରଶାନ୍ତ ସାହୁଙ୍କ ୧୦ ବର୍ଷର ଝିଅ ରୁପାଲି ହୋଇଥିବାବେଳେ ସେ ଆଜି ଅପରାହ୍ନରେ ସାଙ୍ଗସାଥୀମାନଙ୍କ ସହ ମିଶି ଗ୍ରାମ ନିକଟ ଡହ କେନାଲକୁ ଗଣେଷ ଭସାଣୀ କରିବାକୁ ଯାଇଥିଲେ। ଏହି ସମୟରେ ଅସାବଧାନତାବଶତଃ ଜଣେ ନାବାଳିକା ପାଣିରେ ବୁଡି ଯାଇଥିଲେ।

Advertisment

ତାକୁ ଉଦ୍ଧାର କରିବାକୁ କିଛି ପିଲା ପାଣି ଭିତରକୁ ଯାଇଥିଲେ। ଏହି ସମୟରେ ରୂପାଲି ପାଣିରେ ଭାସି ପଳାଇଥିବାବେଳେ ଦୁଇ ଜଣ ନାବାଳକ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ। ସେଠାରେ ଥିବା କିଛି ବ୍ୟକ୍ତି ତୁରନ୍ତ ନାବାଳକ ଦ୍ବୟକୁ ଉଦ୍ଧାର କରିଥିବା ବେଳେ ରୂପାଲି ଭାସି ପଳାଇଥିଲେ । କିଛି ଦୂରରୁ ରୂପାଲିକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲ ଅଣାଯାଇଥିବାବେଳେ ଡାକ୍ତର ସେଠାରେ ରୂପାଲିକୁ ମୃତ ଘୋଷଣା କରିଥିଲେ।

ଏହାପରେ ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏସଂକ୍ରାନ୍ତରେ କେସ୍‌ ନମ୍ବର ୩୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି।