ଦୁର୍ଘଟଣାରେ ବାପା ମୃତ୍ୟୁର ୮ଦିନ ପରେ ବିବାହିତ ଝିଅ ମୃତ

ବାଲିଅନ୍ତା: ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଏମ୍‌ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସ୍ଥାନୀୟ ପ୍ରତାପରୁଦ୍ରପୁର ପଞ୍ଚାୟତ ଅଧୀନ ନୁଆସାହି ଗ୍ରାମର ସସ୍ମିତା ରାଉତରାୟଙ୍କର (୨୮) ଆଜି ମୃତ୍ୟୁ ହୋଇଯାଇଛି। ଆଜି ଅପରାହ୍ନ ସାଢ଼େ ୨ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ସସ୍ମିତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗତ ୮ ତାରିଖରେ ସସ୍ମିତାଙ୍କ ବାପା କେଦାରେଶ୍ବରଙ୍କର ଉକ୍ତ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ବାପାଙ୍କ ପରେ ଆଜି ଅପରାହ୍ନରେ ସସ୍ମିତାଙ୍କର ମୃତ୍ୟୁ ଖବର ପ୍ରଚାର ହୋଇଯିବା ପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ଗତ ୮ ତାରିଖରେ ସସ୍ମିତା ବାପାଙ୍କ ସହ ସ୍କୁଟିରେ ଭୁବନେଶ୍ବର ଅଭିମୁଖେ ଯାଉଥିଲେ। ସପ୍ତସତୀ ମନ୍ଦିର ନିକଟରେ ଏକ କାର ଧକ୍କା ଦେବାରୁ ଉଭୟ ବାପା ଝିଅଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। କେଦାରେଶ୍ବରଙ୍କର ବଡ଼ ଝିଅ ସସ୍ମିତା ଗତବର୍ଷ ବିବାହ କରିଥିଲେ। ସ୍ବାମୀ ବାହାରେ ଚାକିରି କରିଥିବା ବେଳେ ସେ ଏକ ଘରୋଇ ସଂସ୍ଥାରେ ଚାକିରି କରିଥିଲେ। ସସ୍ମିତାଙ୍କ ଶବ ଗ୍ରାମକୁ ଅଣାଯାଇ ଅନ୍ତିମ ସଂସ୍କାର କରାଯାଇଥିଲା।

ସମ୍ବନ୍ଧିତ ଖବର