ଖରସ୍ରୋତାରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ରୀ ନିଖୋଜ

ଯାଜପୁର: ନଦୀର ବିପଦପୂର୍ଣ୍ଣ ସ୍ଥାନରେ ଗାଧୋଉଥିବା ବେଳେ ଗୋଡ ଖସି ଯିବାରୁ ରବିବାର ଜଣେ ଦଶମ ଶ୍ରେଣୀ ଛାତ୍ରୀ ନିଖୋଜ ହୋଇ ଯାଇଛନ୍ତି। ଖରସ୍ରୋତାର ଶାଖା ନଦୀ ତନ୍ତିଘାଇରେ ପରିବାର ସହ ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ଛାତ୍ରୀ ଜଣକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ରୀର ଘର ଏରବାଙ୍କ ପଞ୍ଚାୟତ ସଂଖ୍ୟାଲଘୁ ସମ୍ପ୍ରଦାୟ ସାହିରେ ବୋଲି ଜଣାପଡ଼ିଛି ।

କଲିମୁଦ୍ଦିନଙ୍କ ଝିଅ ସାଇତା ବେଗମ(୧୪) ସୁଜନପୁର ରୁଦ୍ରଚରଣ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ। ଆଜି ମଧ୍ୟାହ୍ନରେ ଖରସ୍ରୋତା ନଦୀର ତନ୍ତିଘାଇ ଠାରେ ପରିବାରଙ୍କ ସହିତ ବୁଲାବୁଲି କରିବା ପରେ ନଦୀ ଘାଟକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଗୋଡ଼ ଖସିବାରୁ ସେ ଭାସିଯାଇ ନିଖୋଜ ହୋଇଯାଇଥିବା ଜଣାଯାଇଛି।

ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଲରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ସାଇତାର କୌଣସି ପତ୍ତା ମିଳିନଥିଲା। ଅଗ୍ନିଶମ ବିଭାଗ ତନ୍ତିଘାଇର ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଥିବା ବେଳେ ପ୍ରବଳ ସ୍ରୋତରେ ସାଇତା ଦୂରକୁ ଭାସିଯାଇଥିବା କୁହାଯାଉଛି। ଉକ୍ତ ସ୍ଥାନରେ ନଦୀର ପ୍ରଖର ସ୍ରୋତ ରହୁଥିବା ବେଳେ ସଂଧ୍ୟା ପର୍ଯ୍ୟନ୍ତ ନିଖୋଜ ଛାତ୍ରୀଙ୍କ ପତ୍ତା ମିଳିପାରିନାହିଁ।

ସମ୍ବନ୍ଧିତ ଖବର