ମିଛ କହି ବିବାହ କଲା ପ୍ରେମିକ, ପ୍ରତାରକ ପାଇଁ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିରି: ବ୍ରତ ହେବ କହି ବିବାହ କଲା ପ୍ରେମିକ, ସତ ଜାଣିବା ପରେ ପ୍ରେମିକର ଘର ଆଗରେ ଧାରଣାରେ ବସିଲେ ପ୍ରେମିକା। ପ୍ରେମିକ ଘର ଛାଡି କେଉଁ ଆଡେ ଚାଲିଯାଇଥିବା ‌ବେଳେ ପ୍ରେମିକା ଥାନାରେ ଅଭିଯୋଗ ଦେଇଛନ୍ତି। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ପାତ୍ରଗୁଡା ଗ୍ରାମରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ପାତ୍ରଗୁଡା ଗ୍ରାମର ମହେନ୍ଦ୍ରଗୁରୁଙ୍କ ଘର ସମ୍ମୁଖରେ ଯୁବତୀ ଜଣଙ୍କ ଧାରଣାରେ ବସିଥିବା ବେଳେ ଯୁବତୀ ଜଣଙ୍କ ମାଥିଲି ଥାନାରେ ପ୍ରତାରିତ ପ୍ରେମିକ ନାମରେ ଅଭିଯୋଗ ଦେଇଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସୂଚନା ଅନୁଯାୟୀ, ମାଥିଲି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପାତ୍ରଗୁଡା ଗ୍ରାମ ମହେନ୍ଦ୍ର ଗତ ୪ ବର୍ଷ ତଳେ ଭଲପାଉଛି ବ‌ୋଲି କହିଥିଲେ। ଯୁବତୀ ଜଣଙ୍କୁ ବିବାହ କରିବି ବୋଲି କହି ଅନିଚ୍ଛା ସତ୍ବେ ଶାରିରୀକ ସମ୍ପର୍କ ରଖିଥିଲେ। ବିବାହର ପ୍ରତିଶ୍ରୁତି ଦେଇ ଏମିତି ୪ ବର୍ଷ ବିତିଯାଇଥିବା ବ‌େଳେ ବାରମ୍ବାର ଶାରିରୀକ ସମ୍ପର୍କ ରଖିଥିଲେ। ପୂର୍ବରୁ ‌ଗର୍ଭବତୀ ହୋଇଥିବା ବେଳେ ଔଷଧ ଦେଇ ସନ୍ତାନ ନଷ୍ଟ କରିଦେଇଥିଲା। ଗତ ୩୦ ତାରିଖରେ ଯୁବତୀ ଜଣଙ୍କ ମହେନ୍ଦ୍ର ଘର ସମ୍ମୁଖରେ ସାଜସଜ୍ଜା ଦେଖି କଣ ହେଉଥିବା ପଚାରିବାରୁ ବ୍ରତଘର ଚାଲିଥିବା କହି ମହେନ୍ଦ୍ର ଯୁବତୀକୁ ଭୁତାଇ ଦେଇଥିଲେ। କିନ୍ତୁ ୩୧ ତାରିଖରେ ମହେନ୍ଦ୍ର ଲୁଚି କରି କୋରାପୁଟକୁ ଯାଇ ବିବାହ କରି ଦେଇଥିଲେ। ଏହି ବିଷୟରେ ଯୁବତୀ ଜଣକ ଖବର ପାଇବାରେ ତାଙ୍କର ଘର ସମ୍ମୁଖରେ ଧାରଣାରେ ବସିଥିଲେ। ମହେନ୍ଦ୍ର କେଉଁ ଆ‌ଡେ ଚାଲି ଯାଇଥିବା ବ‌େଳେ ଯୁବତୀ ଜଣଙ୍କ ମାଥିଲି ଥାନାରେ ‌ସୋମବାର ଲିଖିତ ଅଭିଯୋଗ ଦେଇଥିଲେ। ଏନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

 

ସମ୍ବନ୍ଧିତ ଖବର