ମାଲକାନଗିରି: ସ୍ଥାନୀୟ ସରକାରୀ ବାଳକ ବିଦ୍ୟାଳୟ ପରିସରରେ ସମଗ୍ର ଶିକ୍ଷା ତରଫରୁ ଆନ୍ତର୍ଜାତିକ ବାଳିକା ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ମାନସ ରଂଜନ ଜେନା ଯୋଗ ଦେଇଥିବା ବେଳେ ପଡିଆ ଗୋଷ୍ଠୀ ଶିକ୍ଷାଧିକାରୀ ଅଶୋଭ ରଂଜନ ମାଲି ସଭାପତିତ୍ବ କରିଥିଲେ। ତେବେ ସମ୍ମାନୀତ ଅତିଥି ଭାବେ ମାଲକାନଗିରି ବିଇଓ କିଶୋର ଚନ୍ଦ୍ର ବେହେରା, ଏବିଇଓ ଶିବାନୀ ମୁଦୁଲି, ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା ଶକୁନ୍ତଳା ମାଝୀ, ଅବସରପ୍ରାପ୍ତ ଏବିଇଓ ରବୀନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବାଳିକା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ବାଳିକାମାନଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ତେବେ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିରୂପେ ଉପଜିଲ୍ଲାପାଳ ଅକ୍ଷୟ ଖେମୁଡୁ ଯୋଗ ଦେଇଥିଲେ।

Advertisment

publive-image Sambad

ଜିଲ୍ଲା ଶିଶୁ ଅଧିକାରୀ ନାରାୟଣ ଦାସ ଉପସ୍ଥିତ ରହି ବାଳିକାମାନଙ୍କୁ ମାର୍ଗଦର୍ଶନ କରିଥିଲେ। କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ସମସ୍ତଙ୍କୁ ଚକିତ କରିଥିଲେ। ସମସ୍ତ କାର୍ଯ୍ୟକ୍ରମରେ ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷକ ପ୍ରମୋଦ ସେନାପତି। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ଆଭାରାଣୀ ବିଶ୍ବାଳ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶେଷ ଶଂକର ମହାଲିକ, ସୀତାରାମ ଗୌଡ, ହେମନ୍ତ ପଟନାୟକ, ସୁଶାନ୍ତ ତହସିଲଦାର, ପ୍ରସନ୍ନଜିତ ବିଶ୍ବାସ ସହଯୋଗ କରିଥିଲେ। ବିଚାରକ ଭାବେ ବେଣୁପାଣୀ ଖାଡେଙ୍ଗା, ମହେନ୍ଦ୍ର ପାତିକା, ବିନାଶ କୁମାର ମିଶ୍ର ପ୍ରମୁଖ ରହିଥିଲେ।