ବାପା-ମା’ଙ୍କୁ ହରାଇବା ପରେ ପାହାଡ ଉପରେ ଉପାସରେ ରହୁଛନ୍ତି ଯୁକ୍ତତିନି ଛାତ୍ରୀ ଗୀତାଞ୍ଜଳି

ସରକାରଙ୍କୁ ମାଗୁଛନ୍ତି ସାହାଯ୍ୟ

କନ୍ଧମାଳ: କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ହନୁମାନମନ୍ଦିରସାହିର ପାହଡ ଉପରେ ଗୀତାଞ୍ଜଳି ବସବାସ କରନ୍ତି। ପିଲାଟିଦିନରୁ ମା’ଙ୍କୁ ହରାଇଥିଲା ବେଳେ ବର୍ତମାନ ବାପାଙ୍କୁ ହରାଇ ବେସାହାରା ହୋଇଯାଇଛନ୍ତି ଗୀତାଞ୍ଜଳି। ପାହାଡ ଉପରେ ଭଙ୍ଗା ଝାଟିମାଟି ଘର । ସେ ଘର ଭିତରେ ଏକାକି ଗୀତଞ୍ଜଳି । ବଢିଲା ବୟସ, ଯୁକ୍ତ ୩ର ପ୍ରଥମ ବର୍ଷର ଛାତ୍ରୀ । ଓଳିଏ ଖାଇଲେ, ଓଳିଏ ଉପାସ ରହୁଛନ୍ତି। ବସ୍ତି ବାସିନ୍ଦାଙ୍କ ସାହାଯ୍ୟରେ ବଞ୍ଚିଛନ୍ତି ଗୀତାଞ୍ଜଳି ।

ଫୁଲବାଣୀ ହନୁମାନ ମନ୍ଦିର ସାହିର ପାହଡ ଉପରେ ଝାଟିମାଟିର ଭଙ୍ଗା ଦଦରା ଘରେ ଏକୁଟିଆ ରହୁଛନ୍ତି ଗୀତାଞ୍ଜଳି । ସେ ଫୁଲବାଣୀ ମହାବିଦ୍ୟାଳୟରେ ଯୁକ୍ତ ୩ର ପ୍ରଥମ ବର୍ଷର ଛାତ୍ରୀ । ଉଭୟ ବାପା ମା’ଙ୍କୁ ହରାଇ ସେ ଏବେ ସମ୍ପୂର୍ଣ୍ଣ ଏକୁଟିଆ ହୋଇପଡ଼ିଛନ୍ତି । ସେ ଛୋଟ ଥିବା ସମୟରେ ମା’ ଆରପାରିକୁ ଚାଲିଯାଇଥିବା ବେଳେ, ବାପାଙ୍କର ଦୁଇ ମାସ ତଳେ ପରଲୋକ ହୋଇଛି ।

ବାପା ବଞ୍ଚିଥିବା ସମୟରେ ଏହି ଝାଟିମାଟି ଘରଟି କରିଥିଲେ ଏବଂ ମୂଲମଜୁରୀ କରି ଗୀତାଞ୍ଜଳିଙ୍କୁ ପାଠ ପଢ଼ାଉଥିଲେ । ବର୍ତମାନ ବାପା ଆରପାରିକୁ ଚାଲିଯାଇଥିବାବେଳେ ଗୀତାଞ୍ଜଳି ଏକା ହୋଇଯାଇଛନ୍ତି । ପଡ଼ୋଶୀମାନେ ବାପାଙ୍କ ଶୁଦ୍ଧିକ୍ରୟା କରିବା ସହିତ ଏବେ ଗୀତାଞ୍ଜଳିଙ୍କ ଖାଇବାପିଇବା କଥା ବୁଝୁଛନ୍ତି । ଏଭଳି ସ୍ଥଳେ ସେ ଆଗକୁ କ’ଣ କରିବେ , କେମିତି ଚଳିବେ ଏବଂ କେମିତି ପାଠ ପଢା ଜାରି ରଖିବେ ତାକୁ ନେଇ ଚିନ୍ତାରେ । ତାଙ୍କୁ ସରକାରୀ ସହାୟତା ଦେବାକୁ ଉଭୟ ଗୀତାଞ୍ଜଳି ଓ ପଡ଼ୋଶୀମାନେ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର