ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ(ଜିଏମ୍‌ୟୁ)ର ଯୁକ୍ତ ୩ ଓ ପିଜି ଫଳାଫଳ ପ୍ରକାଶ ପାଇଛି। ଯୁକ୍ତ ୩ କଳାରେ ଏଜୁକେସନ, ଇଂରାଜୀ ଓ ପରିସଂଖ୍ୟନ ବିଭାଗର ଶତ ପ୍ରତିଶତ ଫଳାଫଳ ହୋଇଛି। କଳାରେ ମୋଟ ୪୮୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ପାସହାର ୯୨.୫୧% ରହିଛି। ୪୦୬ ଜଣ ପ୍ରଥମ ଶ୍ରେଣୀରେ ଓ ୩୯ ଜଣ ଦ୍ବିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯୁକ୍ତ ୩ ବିଜ୍ଞାନରେ ଉଦ୍ଭିଦବିଜ୍ଞାନ ଓ ପରିସଂଖ୍ୟନ ବିଭାଗର ଶତ ପ୍ରତିଶତ ଫଳାଫଳ ହୋଇଛି। ଏବର୍ଷ ବିଜ୍ଞାନରେ ମୋଟ ୨୩୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସହାର ୮୮.୮୯% ରହିଛି। ୨୦୦ ଜଣ ପ୍ରଥମ ଶ୍ରେଣୀ ଓ ୮ ଜଣ ଦ୍ବିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯୁକ୍ତ ୩ ବାଣିଜ୍ୟରେ ୩୭୦ ଜଣ ପରୀକ୍ଷା ଦେଇଥିବା ବେଳେ ପାସହାର ୮୪.୮୬% ରହିଛି। ବିବିଏରେ ୬୨ ଜଣ ପରୀକ୍ଷା ଦେଇଥିବା ବେଳେ ୫୭ ଜଣ ଏବଂ ବିଏସ୍‌ସି ଆଇଏସଟିରେ ୪୮ ଜଣ ପରୀକ୍ଷା ଦେଇଥିବା ବେଳେ ୪୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।

Advertisment

ସେଭଳି ପିଜି କଳାରେ ଇଂରାଜି, ଭୂଗୋଳ, ହିନ୍ଦୀ ଓ ସୋସିଓଲୋଜି ବିଭାଗର ଶତପ୍ରତିଶତ ଫଳାଫଳ ହୋଇଛି। କଳାର ବିଭିନ୍ନ ବିଭାଗରେ ମୋଟ ୪୬୫ ଜଣ ପରୀକ୍ଷା ଦେଇଥିବା ବେଳେ ୩୯୫ ଜଣ ପ୍ରଥମ ଶ୍ରେଣୀର ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନରେ ବାୟୋଟେକ୍‌ନୋଲୋଜି, ଉଦ୍ଭିଦବିଜ୍ଞାନ, ପଦାର୍ଥବିଜ୍ଞାନ, ପରିସଂଖ୍ୟନ ଓ ପ୍ରାଣୀବିଜ୍ଞାନ ବିଭାଗର ସମସ୍ତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ବିଜ୍ଞାନର ବିଭିନ୍ନ ବିଭାଗରେ ମୋଟ ୧୯୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୫୫ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଣିଜ୍ୟରେ ୫୦ ଜଣ ପରୀକ୍ଷା ଦେଇଥିବା ବେଳେ ପାସହାର ୯୨ ପ୍ରତିଶତ ରହିଛି। ୩୯ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏମ୍‌ସିଏରେ ପରୀକ୍ଷା ଦେଇଥିବା ସମସ୍ତ ୨୯ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି। ୫୭ ଜଣ ଏମବିଏ ପରୀକ୍ଷା ଦେଇଥିବା ବେଳେ ୫୫ ଜଣ ପ୍ରଥମଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୫୯ ଜଣ ଏମ୍‌ବିଏ(ଏଫ୍‌ଏମ୍‌) ପରୀକ୍ଷା ଦେଇଥିବା ବେଳେ ୫୪ ଜଣ ପ୍ରଥମଶ୍ରେଣୀରେ ପାସ କରିଛନ୍ତି। ବିଏବିଏଡ୍‌ରେ ୫୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୯ ଜଣ ପ୍ରଥମଶ୍ରେଣୀରେ ପାସ୍‌ କରିଛନ୍ତି। ସେଭଳି ବିଏସ୍‌ସି ବିଏଡ୍‌ରେ ପରୀକ୍ଷା ଦେଇଥିବା ସମସ୍ତ ୫୦ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଟପରଙ୍କ ନାମ

ଯୁକ୍ତ ୩ କଳା: ମନସ୍ତତ୍ବରେ ସୁସନ୍ନା ଦାସ(୮୯.୬%), ଅର୍ଥନୀତିରେ ଲୋଚନ ପଧାନ(୮୪.୯%), ଶିକ୍ଷାରେ ଅଙ୍କିତା ଧର(୮୧.୧%), ଇଂରାଜୀରେ ଅନ୍ବେଷା ପଣ୍ଡା(୭୮.୯%), ଭୂଗୋଳରେ ମେଘା ଦାଗା(୮୫.୫%), ହିନ୍ଦୀରେ କିରଣମୟୀ ସାହୁ(୮୩.୪%), ଇତିହାସରେ ଅଭିଷେକ ମହାପାତ୍ର(୭୬.୮%), ଗଣିତରେ ଦିନେଶ ମେହେର(୬୬.୩%), ଓଡ଼ିଆରେ କଳ୍ପନା ସା’(୮୦.୮%), ଦର୍ଶନଶାସ୍ତ୍ରରେ ରାଜାରାମ ନାୟକ(୭୮.୨%), ରାଜନୀତି ବିଜ୍ଞାନରେ ସୁସ୍ମିତା ରୋହିଦାସ(୮୫.୭%), ସଂସ୍କୃତରେ ହେମାନଙ୍ଗିନି ପ୍ରଧାନ(୮୫.୫%) ଓ ପରିସଂଖ୍ୟନରେ ସୌରଭ ପାଢ଼ୀ(୮୩.୩%)।

ଯୁକ୍ତ ୩ ବିଜ୍ଞାନ: ରସାୟନ ବିଜ୍ଞାନରେ ସୁଧର୍ମା କୁମାରୀ ସିଂ(୮୯.୧%), ଉଦ୍ଭିଦବିଜ୍ଞାନରେ ଜଗଦାନନ୍ଦ ସାହୁ(୮୨.୩%), କମ୍ପ୍ୟୁଟର ସାଇନ୍ସରେ ସିପୁନ ମେହେର(୮୫.୪%), ଗଣିତରେ ସୋନାଲି ଦାଶ(୮୮.୨%), ପଦାର୍ଥବିଜ୍ଞାନରେ ସଞ୍ଜନା ଦାଶ(୮୬.୮%), ପରିସଂଖ୍ୟନରେ ସୁଚରିତା ପୂଜାରୀ(୭୮.୮%) ଓ ପ୍ରାଣୀବିଜ୍ଞାନର ଅନୁରାଗ ରଥ(୮୬.୮%)।
ବିଏବିଏଡ୍‌: ଅର୍ଥନୀତିରେ ଜୟନ୍ତୀ ଭୋଇ(୮୫%), ଇଂରାଜୀରେ ଅର୍ଚ୍ଚନା ସାହୁ(୮୨.୫%), ଭୂଗୋଳରେ ଦେବେଶ ସାହୁ(୯୧.୮%), ଇତିହାସରେ ଟିକିନା ପ୍ରଧାନ(୮୨.୩%), ଓଡ଼ିଆରେ ଶୁଭଶ୍ରୀ ପଧାନ(୮୫.୬%) ଓ ରାଜନୀତି ବିଜ୍ଞାନରେ ଯୋଗେଶ ତ୍ରିପାଠୀ(୮୨.୨%)।
ବିଏସ୍‌ସି ବିଏଡ୍‌: ଉଦ୍ଭିଦବିଜ୍ଞାନରେ ସୁଜିତ ସାହୁ(୮୯.୨%), ରସାୟନବିଜ୍ଞାନରେ ସ୍ମୃତିମୟୀ ପଣ୍ଡା(୮୬.୪%), ଗଣିତରେ ପ୍ରୀତିଶ୍ରୀ ସାହୁ(୮୮.୫%), ପଦାର୍ଥବିଜ୍ଞାନରେ ଆଶା ବାରିକ(୮୯%) ଓ ପ୍ରାଣୀବିଜ୍ଞାନରେ ଆସ୍ଥା ସାହୁ(୮୮.୧୦%)।
ସେଭଳି ଯୁକ୍ତ ୩ ବାଣିଜ୍ୟରେ ସ୍ବେତା ଚାଟାର୍ଜୀ(୮୫%), ବିବିଏରେ ଜଗଦାନନ୍ଦ ସାହୁ(୮୪.୧%) ଓ ବିଏସ୍‌ସି ଆଇଏସ୍‌ଟିରେ ଆଶିଷ ଦେବତା(୮୭.୮%) ଶୀର୍ଷ ସ୍ଥାନ ହାସଲ କରିଛନ୍ତି।

ପିଜି କଳା: ଅର୍ଥନୀତିରେ ଆକାଂକ୍ଷା ପୁରୋହିତ(୭୯.୨%), ଶିକ୍ଷାରେ ନିର୍ମଳ ବାରିକ(୮୪.୯%), ଇଂରାଜୀରେ ରୋଜି ସେଠ୍‌(୭୮.୪%), ଭୂଗୋଳରେ ଅବନ୍ତିକା ଦେହୁରୀ(୮୪.୮%), ହିନ୍ଦୀରେ ସବିନା ପରବିନ(୮୨%), ଇତିହାସରେ ସୁଚିସ୍ମିତା ନାଏକ(୭୮.୫%), ଓଡ଼ିଆରେ ସୌମ୍ୟାମଧୁପର୍ଣ୍ଣା ତ୍ରିପାଠୀ(୭୯.୨%), ଦର୍ଶନଶାସ୍ତ୍ରରେ ଉର୍ମିଳା ସାହୁ(୮୨.୯୦), ରାଜନୀତି ବିଜ୍ଞାନରେ ସୁକନ୍ୟା ଲକ୍ଷ୍ମୀପ୍ରିୟା ପାତ୍ର(୮୧.୭%), ମନସ୍ତତ୍ବରେ ସ୍ବୟଂପ୍ରଭା ମହାପାତ୍ର(୮୪%), ସଂସ୍କୃତରେ ଦେବୀକ୍ରିଷ୍ଣା ଦେବଦର୍ଶିନୀ(୮୦.୧%) ଓ ସମାଜଶାସ୍ତ୍ରରେ ଶତାବ୍ଦି ନାୟକ(୭୭)।

ପିଜି ବିଜ୍ଞାନ: ନୃତତ୍ତ୍ବରେ କିରଣ ସାହୁ(୭୯.୭%), ବାୟୋଟେକନୋଲୋଜିରେ ସତ୍ୟ ସାହୁ(୭୪.୯%), ଉଦ୍ଭିଦବିଜ୍ଞାନରେ ଜ୍ୟୋତିର୍ମୟୀ ସାହୁ(୮୮.୩%), ରସାୟନ ବିଜ୍ଞାନରେ ଯୋଗେଶ ଅଗ୍ରଵାଲ(୮୩.୭%), କମ୍ପ୍ୟୁଟର ସାଇନ୍ସରେ ସୋନାଲିସା ରାଉଳ(୭୭), ଲାଇବ୍ରେରି ସାଇନ୍ସରେ ଡମ୍ବରୁଧର ବେହେରା(୭୯.୮%), ଗଣିତରେ ଶୁଭଲକ୍ଷ୍ମୀ ଦାସ(୮୭%), ପଦାର୍ଥବିଜ୍ଞାନରେ ଦିବ୍ୟପ୍ରକାଶ କର(୮୬.୨%), ପରିସଂଖ୍ୟନରେ ଆକାଂକ୍ଷା ସାହୁ(୮୯.୫%), ପ୍ରାଣୀବିଜ୍ଞାନରେ ଜ୍ୟୋତି ଅଡାବଙ୍କା(୯୦.୭%) ଓ ଇଟିସିରେ ସୋନାଲିକା ବିଶ୍ବାଳ(୬୮.୯%)।
ସେଭଳି ବାଣିଜ୍ୟ(ପିଜି)ରେ ପ୍ରୀତିନନ୍ଦା ପ୍ରଧାନ(୮୧.୭%), ଏମସିଏରେ ଅଙ୍କିତ ବାରିକ(୮୫.୩୬%), ଏମ୍‌ବିଏରେ ଚଞ୍ଚଳ ଶର୍ମା(୮୦.୨୫%) ଓ ଏମବିଏ(ଏଫ୍‌ଏମ)ରେ ଦୃଷ୍ଟି ଟିବ୍ରେଵାଲ(୭୯.୩୪%)।