ନୀଳଗିରି: ସାଧାରଣତଃ ପୁଲିସମାନେ କଠୋର ହୃଦୟର ବୋଲି ଆମର ଧାରଣ ରହିଛି। ହେଲେ ସେହି ଖାକି ଭିତରେ ଏକ କୋମଳ ହୃଦୟର ପରିଚୟ ଦେଇଛନ୍ତି ନୀଳଗିରି ଥାନାର ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣଙ୍କ ସମେତ ସମସ୍ତ ଥାନା କର୍ମଚାରୀ। ଏକ ମାମଲାରେ ଦୁଇଟି ଛେଳିକୁ ଥାନାରେ ଲୋକେ ଜିମା ଦେଇଥିବା ବେଳେ ତିନିମାସ ହେବ ଛେଳିର ଦାଇତ୍ୱ ନେଉଛନ୍ତି ସମସ୍ତ ଥାନା କର୍ମଚାରୀ। ଏହାରି ଭିତରେ ସେମାନଙ୍କର ବି ଛେଳିଙ୍କ ସହ ଏକ ନିଆରା ଭାବ ବି ଯୋଡି ଯାଇଛି।

Advertisment

ଥାନା ପ୍ରବେଶ ଦ୍ଵାରରେ ଶୋଇଥିବା ଏ ଛେଳି ଦୁଇଟି ଶୋଇ ରହୁଛନ୍ତି। ସେମାନେ ଉଠୁନାହାନ୍ତି କି କେହି କର୍ମଚାରୀ ସେମାନଙ୍କୁ ଘଉଡାଉନାହାନ୍ତି। କେମିତି ବା ଘଉଡାଇବେ, ଯେଉଁ ହାତରେ ନୀଇତି ତାଙ୍କୁ ଖାଇବାକୁ ଦେଉଛନ୍ତି ସେ ହାତ ଆଉ କଣ ଗୋଡେଇବାକୁ ଯିବ! ହଁ ଦୁଇଟି ଛେଳିଙ୍କ ସହ ଥାନାର ଆଇଆଇସିଙ୍କ ସମେତ ସମସ୍ତ କର୍ମଚାରୀଙ୍କର ଯୋଡିଯାଇଛି ଏକ ଭାବାତ୍ମକ ସମ୍ପର୍କ।
ଗତବର୍ଷ ଅକ୍ଟୋବର ୨୧ ତାରିଖରେ କିଛି ଦୁର୍ବୁତ୍ତ ମୟୂରଭଞ୍ଜରୁ ଛେଳି ଚୋରି କରି ନୀଳଗିରି ଭାଲୁକାଶୁଣିରେ ଧରାପଡିଥିଲେ। ଘଟଣାରେ ତିନି ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ତାଙ୍କ ଗାଡିରୁ ଛେଳିକୁ ସେଠାକାର ଲୋକେ ନେଇଯାଇଥିଲେ। ହେଲେ ଦୁଇଟି ଛେଳିକୁ ନେଇ ଦୁଇଜଣଙ୍କ ଭିତରେ କଳି ଆରମ୍ଭ ପରେ ଗାଁଲୋକ ସେମାନେ ତିନିମାସ ତଳେ ସେ ଛେଳି ଦ୍ବୟଙ୍କୁ ଆଣି ଥାନାରେ ଦେଇଯାଇଥିଲେ।

ପୁଲିସ ଛେଳିକୁ ବା କାହାକୁ ଦେଇପାରିବ! ଉପାୟ ନପାଇ ନିଜେ ପୋଷିବା ଆରମ୍ଭ କରିଦେଇଛି। ଏହାରି ଭିତରେ ତାଙ୍କର ଛେଳି ଦୁଇଙ୍କ ସହ ଏକ ଭାବ ବି ଯୋଡ଼ିଯାଇଛି।ଦିନରେ ଥାନାରେ ବୁଲିବା ସହ ରାତି ହେଲେ ଏକ ଘରେ ତାଲା ପକାଇ ରଖୁଛନ୍ତି ଥାନା କର୍ମଚାରୀ। ଏ ନେଇ ଆଇଆଇସି କୌଣସି ପତିକ୍ରିୟା ରଖିନାହାନ୍ତି।