ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଋଣ ପାଇଁ ଦଶ ମାସ ହେଲା ଦୌଡୁଛନ୍ତି ସଫଳ ମହିଳା ଛେଳି ଚାଷୀ

ଋଣ ମିଳିବା ତ ଦୂରେ ଥାଉ ବ୍ୟାଙ୍କ ଦୌଡି ଦୌଡି ନିଜ ଛେଳି ଚାଷ ବୁଡିବାକୁ ଲାଗିଲାଣି

ଘୁ.ଉଦୟଗିରି: ଦୃଢ଼ ଇଛାଶକ୍ତି ଥିଲେ ସୁଯୋଗ ଆପେ ଆପେ ଆସିଯାଏ। ନିଜର ଦୃଢ଼ ଇଛାଶକ୍ତି ବଳରେ ନିଜ ଘରେ ଚାରି ପାଞ୍ଚଟି ଛେଳି ରଖି ଥିବା ଜଣେ ଆଦିବାସୀ ମହିଳା ଦିନେ ସ୍ୱପ୍ନ ଦେଖିଲେ ମୁଁ ଶହ ଶହ ଛେଳି ରଖି ଚାଷ କରିବି । ବଡ଼ ଛେଳି ଫାର୍ମ କରିବି। ସେଇ ସ୍ୱପ୍ନ ଦେଖୁ ଦେଖୁ ତାହା ସତରେ ପରିଣତ ହୋଇଗଲା। ଛେଳି ଚାଷ ମୋହରେ ପଡି ସେ ଆଉ ପଛକୁ ଫେରି ନାହାନ୍ତି। ଦୁଇ ବର୍ଷରେ ମାତ୍ର ପାଞ୍ଚ ଖଣ୍ଡ ଛେଳିରୁ ଆଜି ୧୪୦ଖଣ୍ଡ ଛେଳିର ମାଲିକ। ଏଭଳି ଜଣେ ସଫଳ ଛେଳି ଚାଷଙ୍କୁ ଆମେ ଖୋଜି ବାହାର କରି ଗତ୨୧/୦୭/୨୦୧୯ରିଖ ଦିନ ଦୈନିକ ଓଡ଼ିଆ ଖବରକାଗଜ ‘ସମ୍ବାଦ’ରେ ଭଲ ଖବର ଉଦାହରଣ ପାଲଟିଛନ୍ତି ଜଣେ ସଫଳ ଛେଳିଚାଷୀ ମାଧ୍ୟମରେ ଖବର ପରିବେଷଣ କରିବା ପରେ ସାରା ଜିଲ୍ଲାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଳଟିଥିଲେ ସଫଳ ଛେଳି ଚାଷୀ ଶ୍ରୀମତୀ ସୁନନ୍ତି ପ୍ରଧାନ।

ଖବର ପ୍ରକାଶ ପରେ ଜିଲ୍ଲା ସ୍ଥରରୁ ଫୋନ ଆସିଲା ଅଭିନନ୍ଦନ ମିଳିଲା। ଜିଲ୍ଲା ପ୍ରାଣୀଧନ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରିବା ନିମନ୍ତେ ଆଶ୍ୱାସନା ମିଳିଲା। ସିଡିଭିଓ ବ୍ୟବସାୟଭିତ୍ତିକ ଛେଳି ଚାଷ ନିମନ୍ତେ କିଭଳି ଏବଂ କେଉଁ ଯୋଜନାରେ ଅନ୍ତର୍ଗତଭୁକ୍ତ ହେଲେ ସଫଳତା ମିଳିବ ତାଉପରେ ସୂଚନା ଦେବା ସହ ୧୦ ହଜାର ଟଙ୍କା ବାନ୍ଧି ଏପିକଲରେ ପଞ୍ଜିକୃତ ହେଲେ। ୨୯/୦୮/୨୦୧୯ ରିଖ ଦିନ ଜିଲ୍ଲା ନୋଡାଲ ଅଫିସର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ବ୍ୟବସାୟଭିତ୍ତିକ ଛେଳିଚାଷ କରିବା ନିମନ୍ତେ ୨୦୦ଗୋଟି ଛେଳି ରଖିବା ନିମନ୍ତେ ଯୋଜନା ପ୍ରସ୍ତୁତ କରି ଆଗକୁ ବଢିବାକୁ ଚିଠି ମାଧ୍ୟମରେ ଏପିକଲ, ବ୍ୟାଙ୍କକୁ ଜଣେଇ ଥିଲେ।

କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ଗ୍ରେସିଙ୍ଗିଆ ପଂଚାୟତର କିରାମାହା ଗ୍ରାମର ସୁନନ୍ତି ପ୍ରଧାନ ନିଜର ସ୍ୱପ୍ନ ସାକାରକରିବା ନିମନ୍ତେ ବ୍ୟାଙ୍କକୁ ଦୌଡ଼ିଲେ। ବ୍ୟାଙ୍କ ଯାହା ଯାହା କାଗଜ ପତ୍ର ପ୍ରମାଣପତ୍ର ମାଗିଲେ ସବୁ ଦାଖଲ କଲେ।ଏହି ଯୋଜନା ନିମନ୍ତେ ଏକ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କଲେ। କି ପ୍ରକଳ୍ପ, କେତେ ଟଙ୍କାର , କେତେ ଖର୍ଚ୍ଚ ହେବ, କେତେ ଲାଭ ହେବ, କେଉଁ ଯୋଜନର, କେତେ ଜମିରେ ଛେଳି ରହିବ କେତେ ଖାଦ୍ୟ ଲାଗି ଖର୍ଚ୍ଚ ହେବ କେତେ ଟଙ୍କାର ଛେଳି କିଣା ହେବ ପ୍ରଭୃତି ମିସେଇ ମୋଟ ୨୦ ଲକ୍ଷ ଚାଳିଶି ହଜାର ଟଙ୍କାର ଅଟକଳ କରାଯାଇ ବ୍ୟାଙ୍କରେ ଦାଖଲ କରିଥିଲେ।

 

ସେଥିରୁ ବ୍ୟାଙ୍କ ଋଣ ଦେବ ୧୬ଲକ୍ଷ ଟଙ୍କା ଏବଂ ସରକାରୀ ସବସିଡି ମିଳିବ ୮ ଲକ୍ଷ ୫୦ ହଜାର ଟଙ୍କା। ସୁନନ୍ତି ବ୍ୟାଙ୍କରେ ନିଜର ଦରଖାସ୍ତ ପ୍ରୋଜେକ୍ଟ ରିପୋର୍ଟ ଦେବା ପରେ ବ୍ୟାଙ୍କ ଋଣ ପ୍ରଦାନ ନିମନ୍ତେ ସମ୍ମତି ଜଣେଇ ଏକ ଚିଠି ପ୍ରଦାନ କଲେ ସମସ୍ତ କାଗଜପତ୍ର ଦାଖଲ କରିବାକୁ କହିବା ପରେ ସମସ୍ତ କାଗଜ ପତ୍ର ବ୍ୟାଙ୍କରେ ଦେଲେ ହେଲେ ଇତି ମଧ୍ୟରେ ଦଶ ମାସ ବିତି ଗଲାଣି ହେଲେ ବ୍ୟାଙ୍କ ରୁଣ ମିଳିପାରିନାହିଁ। ବ୍ୟାଙ୍କର ବିଏମ, ଫିଲଡ଼ ଅଫିସର ବଦଳି ହୋଇ ନୂଆ ନୂଆ ଆସିଲେଣି ହେଲେ ସୁନନ୍ତି ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ନିରାଶ ହୋଇଗଲେଣି କେହି ଶୁଣୁନାହାନ୍ତି।

୨୦୧୮ମସିହାରେ ମାତ୍ର ପାଞ୍ଚ ଗୋଟି ଛେଳିରେ ନିଜର ଛେଳି ଚାଷ ଆରମ୍ଭ କରି ପ୍ରଥମ ପର୍ଯ୍ୟାୟରେ ଗଂଜାମ ଜିଲ୍ଲାର ଆସ୍କା ବାମନପୁର ଅଙ୍କିତ ଗୋଟ ଫାର୍ମରୁ ୧୪ଗୋଟି ଛେଳି (ତିନିଗୋଟି ବିହନ ବିଥଲ କ୍ରସ ବ୍ରିଡ଼)୧ଲକ୍ଷ ୨୭ହଜାର ଟଙ୍କା ରେ ଆଣି ଥିଲେଯଚେଳି ରହିବା ନିମନ୍ତେ ଘର ସେଡ଼ ନିର୍ମାଣ କରିଥିଲେ। ବହୁ ଟଙ୍କା ଖର୍ଚ୍ଚ ହୋଇଥିଲା। ବନା ସରକାରୀ ସହାୟତାରେ ସେ ନିଜର ଦୃଢ଼ ଇଛାଶକ୍ତି ବଳରେ ନିଜସ୍ୱ ଉଦ୍ୟମରେ ଆଗକୁ ବଢିଚାଲିଥିଲେ। ଏହାଭିତରେ ଏହି ଛେଳି ଚାଷ ଦେଖି ରଟିଙ୍ଗିଆ ପଂଚୟତ ଉଚ୍ଚ ବିଦ୍ୟାକାୟର ପ୍ରଧାନ ଶିକ୍ଷକ ଚତୁର୍ଭୁଜ ସାହୁ ସହଯୋଗର ହାତ ବଢେଇ ଆର୍ଥିକ ସାହାଯ୍ୟ କରି ଆଗକୁ ବଢିବାର ରାସ୍ତା ଦେଖେଇ ଥିଲେ।

ଏହି ସମୟରେ ସମ୍ବାଦ ଏହି ସଫଳ ଛେଳି ଚାଷୀଙ୍କ ପାଖରେ ପହଂଚି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବର୍ତ୍ତମାନ ତାଙ୍କ ପାଖରେ ୧୪୦ଗୋଟି ଛେଳି ଅଛି। ଅର୍ଥର ଅଭାବ ଯୋଗୁଁ ବ୍ୟାଙ୍କର ଅସହଯୋଗ ଯୋଗୁଁ ଛେଳି ରହିବା ନିମନ୍ତେ ଗୃହର ଅଭାବ ଯୋଗୁଁ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି। ରୋଗ ହେଲେ ଚିକୁତ୍ସା କରିବା ନିମନ୍ତେ କୌଣସି ବ୍ୟବସ୍ଥା ନାହିଁ। ଏତେ ଛେଳିଙ୍କୁ ଖାଦ୍ୟ ବାବଦରେ ହଜାର ହଜାର ଟଙ୍କା ଖର୍ଚ୍ଚ ହେଉଛି। ପ୍ରତ୍ୟକ ଦିନ ମକାଗୁଣ୍ଡ,ବାଦାମ ପିଡ଼ିଆ, ଗୁଡ଼, ଲୁଣ, କୁଣ୍ଡା ମିଶ୍ରଣ କରି ଖାଦ୍ୟ ଆକାରରେ ଦିଆଯାଏଯ୨ଏକ ଜମିରେ ଛେଳିଙ୍କ ନିମନ୍ତେ ଘାସ ଚାଷ କରିଛନ୍ତି।

ସମ୍ବନ୍ଧିତ ଖବର