ବୈତରଣୀ ନଦୀରେ ପୁଣି ଦେଖିବାକୁ ମିଳିଛି ଦେବାଦେବୀଙ୍କ ପ୍ରତିମୂର୍ତ୍ତି

ଯାଜପୁର: ଯାଜପୁର ସହର ନିକଟରେ ବହି ଯାଇଥିବା ବୈତରଣୀ ନଦୀ କୂଳରୁ କଳା ମୁଗୁନିର ଏକ ବାସୁଆ ବଳଦ, ଶିବଲିଙ୍ଗ ସହ ଭଗ୍ନ ଅବସ୍ଥାର ଥିବା ମା’ ଲଷ୍ମୀଙ୍କ ମୂର୍ତ୍ତି ଦେଖିବାକୁ ମିଳିଛି, ଯାହାକୁ ଦେଖିବା ପାଇଁ ସକାଳୁ ସକାଳୁ ଲୋକଙ୍କ ଭିଡ଼ ବୈତରଣୀ ନଦୀ କୂଳରେ ଦେଖିବାକୁ ମିଳିଥିଲା । କିଛି ଦିନ ପୂର୍ବେ ସିଧେଶ୍ୱର ମନ୍ଦିର ନିକଟରୁ  ପୁରାତନ ମନ୍ଦିର ଓ ଶିବ ଲିଙ୍ଗ ଦେଖା ଯାଇଥିଲା । ଏଭଳି ନଦୀ ଗର୍ଭରୁ ଆବିର୍ଭାବ ହେଉଥିବା ପ୍ରତିମୂର୍ତ୍ତି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଏଭଳି ଘଟଣା ପରେ ପ୍ରତ୍ନତତ୍ତ୍ବ ବିଭାଗକୁ ପ୍ରାଚୀନ କୀର୍ତ୍ତି ଉପରେ ନଜର ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ନଦୀ ଗର୍ଭରେ ଅନେକ ପ୍ରାଚୀନ କୀର୍ତ୍ତି ପୋତି ହୋଇ ରହିଥିବା ଅନୁମାନ କରାଯାଉଛି। ତେବେ ଆଜି ସକାଳୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତିକୁ ଦେଖି ନଦୀ କୂଳରୁ ଆଣି ଏକ ମନ୍ଦିର ସମ୍ମୁଖରେ ଥିବା ବରଗଛ ମୂଳେ ରଖି ଲୋକମାନେ ପୂଜାର୍ଚ୍ଚନା କରିଛନ୍ତି। ବର୍ତ୍ତମାନ ନଦୀରେ ବାଲି ଖୋଳା ଜାରି ରହିଥିବାରୁ ବିଭିନ୍ନ ସ୍ଥାନରେ ପ୍ରାଚୀନ ମୂର୍ତ୍ତି ଓ ଭଗ୍ନ ଛୋଟ ଛୋଟ ମନ୍ଦିର ଦୃଶ୍ୟମାନ ହୋଇ ଆସୁଛି।

ସମ୍ବନ୍ଧିତ ଖବର