ଦିଗପହଣ୍ଡି: ଆସନ୍ତା ଅଗଷ୍ଟ ମାସ ୯ ତାରିଖରେ ଦିଗପହଣ୍ଡି ବ୍ଲକ୍ ଅଧୀନ ଗୋକର୍ଣ୍ଣପୁର ପଞ୍ଚାୟତର ସମିତିସଭ୍ୟ ପଦବି ପାଇଁ ଉପନିର୍ବାଚନ ହେବ। ଏଥିପାଇଁ କାର୍ଯ୍ୟସୂଚୀ ଘୋଷିତ ହୋଇଛି। ରାଜ୍ୟ ନିର୍ବାଚନ କମିସନରଙ୍କ ବିଜ୍ଞପ୍ତି ପ୍ରକାରେ ନିର୍ଦ୍ଧାରତି ତାରିଖରେ ସକାଳ ୭ରୁ ଅପରାହ୍‌ଣ ଗୋଟାଏ ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ। ଅଗଷ୍ଟ ୧୧ ତାରିଖରେ ଗଣତି ଓ ୧୪ ତାରିଖରେ ଫଳାଫଳ ଘୋଷଣା ହେବ। ଏଥିପାଇଁ ଚଳିତମାସ ୧୦ ତାରିଖରେ ବ୍ଲକ୍ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟ ଏବଂ ପଞ୍ଚାୟତ କାର୍ଯ୍ୟାଳୟରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।

Advertisment

ସେହିପରି ଚଳିତମାସ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ, ୧୮ ତାରିଖରେ ଯାଞ୍ଚ ଓ ୨୦ ତାରିଖ ଅପରାହ୍ନ ୩ ଟାରେ ନାମାଙ୍କନ ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି। ସୂଚନା ଥାଉକି, ଗତବର୍ଷ ପଞ୍ଚାୟତ ନିର୍ବାଚନରେ ଗୋକର୍ଣ୍ଣପୁର ସମିତିସଭ୍ୟ ଭାବେ ନିର୍ବାଚିତ ହୋଇ ସୁନିତା ସେଠୀ ଦିଗପହଣ୍ଡି ବ୍ଲକ୍ ଅଧ୍ୟକ୍ଷା ପଦବିରେ ଅବସ୍ଥାପିତ ହୋଇଥିଲେ। କିନ୍ତୁ ଗତମାସ ୧୧ ତାରିଖରେ ତାଙ୍କର ଅକାଳ ବିୟୋଗ ପ‌ରେ ସମିତିସଭ୍ୟ ପଦବି ଖାଲିପଡ଼ିଥିଲା।