ଦିନ ଦ୍ବିପ୍ରହରରେ ଫାଙ୍କା ଗୁଳି ଫୁଟାଇ ଦୋକାନରୁ ସୁନା ଲୁଟିଲେ ଦୁର୍ବୃତ୍ତ, ପୁଲିସ୍‌ର ଛାନ୍‌ଭିନ୍‌ ଜାରି

ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ଦିନ ଦ୍ୱି-ପ୍ରହରରେ ଗୁଳି ଫୁଟିଛି । ଜାଆଁଳା ନିକଟରେ ଥିବା ଏକ ସୁନା ଦୋକାନରେ ଫାଙ୍କା ଗୁଳି ଚାଳନା କରି ଦୁର୍ବୃତ୍ତମାନେ ସୁନା ଲୁଟ୍‌ କରିଛନ୍ତି।

ସୂଚନା ଅନୁସାରେ ଜାଆଁଳା ନିକଟରେ ଥିବା ସାଗରିକା ଜୁଏଲର୍ସରୁ ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଲୁଟ୍ କରିଛନ୍ତି। ସୁନା ଲୁଟର ଚିତ୍ର ସିସିଟିଭିରେ କଏଦ ହୋଇଛି । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସିଥିଲେ। ସେମାନେ ଦୋକାନ ସାମ୍ନାରେ ବାଇକ ରଖି ଭିତରକୁ ଯାଇଥିଲେ । ସୁନା ଦୋକାନର ମାଲିକଙ୍କୁ ବନ୍ଧୁକ ଦେଖାଇଥିଲେ ।

ତେବେ ଦୋକାନୀ ଏଥିରେ ବାଧା ଦେବାରୁ ଦୁର୍ବୃତ୍ତମାନେ ଗୁଳିଚାଳନା କରିଥିଲେ। ପରେ ଦୋକାନରୁ ବାହାରି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଦୁର୍ବୃତ୍ତଙ୍କ ବାଇକ ଷ୍ଟାର୍ଟ ହୋଇନଥିଲା। ଫଳରେ ଗାଡିଟିକୁ ଗଡାଇ ଗଡାଇ କିଛି ବାଟ ନେଇ ସେଠାରୁ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ଜାଆଁଳା ଅଞ୍ଚଳକୁ ସିଲ କରି ଦୁର୍ବୃତ୍ତଙ୍କୁ ଧରିବାକୁ ପୁଲିସ ଉଦ୍ୟମ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର