ଜୟପୁର,: ଜୟପୁର ଟାଉନ ଥାନା ଅନ୍ତର୍ଗତ ଗୌଡ ସାହିର ନରସିଂହ ଗୌଡଙ୍କ ଘରୁ ଆଜି ‌ସକାଳୁ ଚୋରି ହୋଇଛି। ଏନେଇ ନରସିଂହ ଟାଉନ ଥାନାରେ ଲିଖିତ ଅଭି‌ଯୋଗ ଦେଇଛନ୍ତି।

Advertisment

ନରସିଂହଙ୍କ କହିବାନୁଯାୟୀ, ସବୁଦିନ ଭଳି ଆଜି ଭୋର ୫ଟା ବେଳେ ମର୍ଣ୍ଣିଙ୍ଗ୍ ଓ୍ବାକ୍‌ରେ ଯାଇଥିଲେ। ସେହି ସମୟରେ ଘରେ ଝିଅ ଓ ତାଙ୍କର ପତ୍ନୀ ଥିଲେ। ନରସିଂହ ବାହାରପଟୁ ଘରର କବାଟ ଦେଇ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ବୃତ୍ତ ଘରେ ପଶିଥିଲେ।

ଆଲମିରା ଚାବି ‌ଖୋଲି ସେଥିରେ ଥିବା ଦେଢ଼ ତୁଳାର ସୁନା ଅଳଙ୍କାର ଓ ୬୫ ହଜାର ଟଙ୍କା ଚୋରି କରି ନେଇଥିଲେ। ସକାଳୁ ଦେଖିବା ବେଳକୁ ଆଲମିରା ଖୋଲା ଥିବା ବେଳେ ଚୋରି ହୋଇଥିବାର ଜାଣିବାକୁ ପାଇଥିଲେ। ନରସିଂହଙ୍କ ଅଭିଯୋଗକ୍ରମେ ଥାନାରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ଏଏସଆଇ ବି.ଡି ମାଝି ପ୍ରକାଶ କରିଛନ୍ତି।