ରାଉରକେଲା : ବାସନ୍ତୀ କଲୋନି ମାଲଗୋଦାମ ବସ୍ତିର ମହମ୍ମଦ ଜାମସେଦ୍ ଖାନ୍ଙ୍କ ଘରୁ ସୁନାଗହଣା ଚୋରି ଘଟଣାରେ ଉଦିତନଗର ପୁଲିସ ଚାରି ଚୋର ସମେତ ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫମାନେ ହେଲେ ପାନପୋଷ ସ୍ବାତୀ ଜୁଏଲାରୀର ନଗେନ୍ଦ୍ର ପ୍ରସାଦ ସାହୁ। ତା’ ନିକଟରୁ ପୁଲିସ ୩୫ ଗ୍ରାମ୍ ଓଜନର ସୁନାଗହଣା ଜବତ କରିଛି। ଯାହାକୁ ନେଇ ତରଳାଇ ସୁନା ବିସ୍କୁଲ ଓ ଚକୋଲେଟ୍ କରିଦେଇଥିଲା। ଚୋରି ସୁନାଗହଣା ମଧ୍ୟରେ ରହିଛି ୨ଟି ସୁନାଚେନ୍, ଦୁଇଟି କାନଫୁଳ, ୪ଟି ସୁନା ଟପ୍, ୬ଟି ନାକ ଫୁଲ, ୨ଟି ଝୁମୁକା, ୨ଟି ନେକ୍ଲେସ୍ ଇତ୍ୟାଦି।
/sambad/media/post_attachments/wp-content/uploads/2021/11/b32ec580-b7f6-4948-802a-ffb3c40f6be4-e1638204207898-1024x783.jpg)
ମାଲଗୋଦାମ ବସ୍ତିରେ ଜାମସେଦ୍ ଖାନ୍ ପରିବାର ସହ ରହନ୍ତି। ଗତ ୧୦ରେ ସେ ତାଙ୍କ ପରିବାର ସହ କୋଲକାତାର ଜଣେ ସମ୍ପର୍କୀୟ ଘରକୁ ଯାଇଥିଲେ। ଘରେ ତାଲା ପଡ଼ିଥିବାର ସୁଯୋଗ ନେଇ ଚୋରମାନେ ଗତ ୧୯ ଘର ଭିତରକୁ ପଶିଥିଲେ। ଘର ଅନ୍ଧାର ଥିବାରୁ କପଡା ଓ ଜାମସେଦ୍ଙ୍କ ଗୁରୁତ୍ବପୂର୍ଣ୍ଣ କାଗଜଗୁଡ଼ିକୁ ଜାଳି ସେହି ଆଲୁଅରେ ଚୋରି କରିଥିଲେ। ଆଲମିରା ଭାଙ୍ଗି ୩୫ ଗ୍ରାମ୍ ଓଜନର ସୁନାଗହଣା ଚୋରି କରି ଫେରାର ହୋଇଯାଇଥିଲେ। ଚୋରି କରିବାବେଳେ ଫ୍ରିଜ୍, ଟିଭି, ଇନ୍ଭେଟର, ବ୍ୟାଟେରି ଆଦି ଭଙ୍ଗାରୁଜା କରିବା ସହ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରଗୁଡ଼ିକୁ ଜାଳିପୋଡି ନଷ୍ଟ କରି ଦେଇଥିଲେ। ୧୦ ଦିନ ପରେ ଅର୍ଥାତ୍ ୨୦ ରେ ଘରୁ ଚୋରି ହୋଇଥିବା ସଂକ୍ରାନ୍ତରେ ପଡୋଶୀଙ୍କ ଠାରୁ ସୂଚନା ପାଇବା ପରେ ପରିବାର ସହ ଘରକୁ ଫେରିଥିଲେ। ଆଲମିରା ଭଙ୍ଗାଯିବା ସହ ସୁନାଗହଣା ନଥିବା ଦେଖି ଉଦିତନଗର ଥାନାରେ ଲିଖିତ ଏତଲା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/WhatsApp-Image-2021-11-29-at-21.42.16.jpeg)