ଘରେ କାମ କରୁଥିବା ମହିଳାଙ୍କ ବିରୋଧରେ ସୁନା ଚୋରି ଅଭିଯୋଗ

ଚୋରି ସୁନା ଉଦ୍ଧାର କଲା ପୁଲିସ

ବାରିପଦା: ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନଂ-୧୯ ବଢ଼େଇସାହିର ଭାନୁ ମଙ୍ଗରାଜ ତାଙ୍କ ଘରୁ ପ୍ରାୟ ୯୦ହଜାର ଟଙ୍କା ମୂଲ୍ୟର ସୁନା ଚୋରି ହୋଇଥିବା ଅଭିଯୋଗ କରିଛନ୍ତି। ତେବେ ତାଙ୍କ ଘରେ ସହାୟିକା ଭାବେ କାମ କରୁଥିବା ବଡ଼ସାହି ଥାନା ଜାଲଘେରା ଅଞ୍ଚଳର ଜନୈକା ମହିଳା ଏହି ଚୋରିରେ ସଂପୃକ୍ତ ଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ଘଟଣାର ତଦନ୍ତ କରି ଚୋରି ସୁନାକୁ ବାରିପଦା ଟାଉନ୍ ଥାନା ପୁଲିସ୍ ଉଦ୍ଧାର କରିଥିବା ଜଣାପଡ଼ିଛି। ଚୋରିରେ ସଂପୃକ୍ତ ମହିଳାଙ୍କୁ ମଧ୍ୟ ଧରାଯାଇଥିବା ପୁଲିସ୍ କହିଛି |

ସମ୍ବନ୍ଧିତ ଖବର