‘ଜ୍ଞାନେଶ୍ୱରୀ ଏକ୍ସପ୍ରେସ’ରୁ ୪ କୋଟି ଟଙ୍କାର ସୁନା ବିସ୍କୁଟ ଜବତ, ୨ ଅଟକ

ରାଉରକେଲା: ସେଣ୍ଟ୍ରାଲ ଏକ୍ସାଇଜ ଓ ଡିଆରଆଇ ଗୁରୁବାର ହାୱଡା-ମୁମ୍ବାଇ ‘ଜ୍ଞାନେଶ୍ୱରୀ ଏକ୍ସପ୍ରେସ (୧୨୧୦୨)’ରେ ଚଢାଉ କରି ପ୍ରାୟ ୧୧ କେଜିର ସୁନା ବିସ୍କୁଟ ଜବତ କରିଛି। ସେଣ୍ଟ୍ରାଲ ଏକ୍ସାଇଜ, ଡିଆରଆଇ ଏବଂ ଆରପିଏଫର ମିଳିତ ଚଢାଉରେ ଏହି ସୁନା ବିସ୍କୁଟ ଜବତ କରାଯାଇଛି। ଏଥି ସହ ସେଣ୍ଟ୍ରାଲ ଏକ୍ସାଇଜ ଓ ଡିଆରଆଇଘଟଣାରେ ସମ୍ପୃକ୍ତ ୨ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି।

ସୂଚନା ମୁତାବକ ଗୁରୁବାର ରାଉରକେଲା ଦେଇ ଯାଉଥିବା ହାୱଡା-ମୁମ୍ବାଇ ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ସୁନା ବିସ୍କୁଟ ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ସେଣ୍ଟ୍ରାଲ ଏକ୍ସାଇଜ ଓ ଡିଆରଆଇ ଅତର୍କିତ ଭାବେ ଚଢାଉ କରିଥିଲା। ରାଜଗାଙ୍ଗପୁରରୁ ଝାରସୁଗୁଡା ମଧ୍ୟରେ ହୋଇଥିବା ଏହି ଚଢାଉରେ ୧୦ ତୋଲା ଓଜନ ବିଶିଷ୍ଟ ୧୦୯ ଖଣ୍ଡ ସୁନା ବିସ୍କୁଟ ଜବତ କରାଯାଇଥିଲା। ଏତେ ପରିମାଣରେ ସୁନା କେଉଁଠାରୁ ଆସିଥିଲା ଏବଂ ତା’ର ଗନ୍ତବ୍ୟସ୍ଥଳ କେଉଁଠି ଥିଲା , ସେନଇ ତଦନ୍ତ ଚାଲିଛି। ସେଣ୍ଟ୍ରାଲ ଏକ୍ସାଇଜ ଓ ଡିଆରଆଇ ଘଟଣାରେ ସଂପୃକ୍ତ ୨ ଜଣଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି।

ସମ୍ବନ୍ଧିତ ଖବର