ଜାତୀୟ ସେବା ଯୋଜନାର ସୁବର୍ଣ ଜୟନ୍ତୀ ପାଳିତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନାର ସୁବର୍ଣ ଜୟନ୍ତୀ ମଙ୍ଗଳବାର ପାଳନ କରାଯାଇଛିା ଅଧ୍ୟକ୍ଷ ବୀରେନ କୁମାର ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ଗିରିଜା ପ୍ରସାଦ୍‌ ଚୌଧୁରୀ, ଡ.ଜଗନ୍ନାଥ ରଥ, ଡ.କିଶୋର ଚନ୍ଦ୍ର ସାହୁ, ଯଶୋବନ୍ତ ଗରଡା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଅତିଥିମାନେ ସୁବର୍ଣ ଜୟନ୍ତୀର ସ୍ୱତନ୍ତ୍ର ଦିବସ ଉପରେ ଆଲୋକପାତ କରିଥିଲୋ ଏଅବସରରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ମହାବିଦ୍ୟାଳୟ ସଫେଇ, ସଭା, ପୌଷ୍ୟ ଗ୍ରାମରେ ସଚେତନତା ରାଲି, ବିତର୍କ, କୁଇଜ୍‌, ଚିତ୍ରାଙ୍କନ, ଦେଶାତ୍ମକ ସଂଗିତ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲାା ଯୁକ୍ତ ତିନି ଅଧ୍ୟକ୍ଷ ଡ.ପ୍ରକାଶ କୁମାର ସେନାପତି ଜାତୀୟ ସେବା ଯୋଜନାର ଇତିହାସ, ଲକ୍ଷ୍ୟ ଓ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଓ ଉପକାରିତା ସଂମ୍ପର୍କରେ ମତପ୍ରଦାନ କରିଥିଲୋ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ ଉପସ୍ଥିତ ରହିଥିବା ବେଳେ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ତିଳୋତ୍ତମା ପଟ୍ଟନାୟକ ଓ ଅଧ୍ୟାପକ ଦୁର୍ଯ୍ୟଧନ ସାହୁ ପରିଚାଳନା କରିଥିଲୋ

ସମ୍ବନ୍ଧିତ ଖବର