କେନ୍ଦୁଝର ଗୋଣ୍ଡ ସାଂସ୍କୃତିକ ସମାଜର ଜିଲ୍ଲା ସମ୍ମିଳନୀ

ଢେଙ୍କିକୋଟ: ଚଳିତ ବର୍ଷର ଶେଷ ସମ୍ମିଳନୀ କେନ୍ଦୁଝର ଜିଲ୍ଲା ସଭାପତି ଜନାର୍ଦ୍ଦନ ନାୟକଙ୍କ ସଭାପତିତ୍ବରେ ପିପିଳିଆ ଠାରେ ସମାପନ ହୋଇ ଯାଇଛି। ବୈଠକ ପ୍ରାରମ୍ଭରେ ଗୋଣ୍ଡ ଜାତିର ଆରାଧ୍ୟ ଦେବ ଜଙ୍ଘା, ଲିଙ୍ଗା ଓ ବୁଢ଼ା ଦେଓଙ୍କ ପୂଜାର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ସଭା ଆରମ୍ଭରେ ପିପିଳିଆ ଗ୍ରାମର ଦିବଂଗତ ଜାତିପ୍ରେମୀ ବରିଷ୍ଠ ବ୍ୟକ୍ତି ହଳଧର ଦଣ୍ଡପାଟଙ୍କ ଆତ୍ମାର ସଦ୍ ଗତି ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ବରେଣ୍ୟ ଅତିଥି ପ୍ରାକ୍ତନ ବିଧାୟକ ପ୍ରାଣବଲ୍ଲଭ ନାୟକ, ବରିଷ୍ଠ ପୁରଧା ମନମୋହନ ସିଂହ, ଅବସର ପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଦୋଳଗୋବିନ୍ଦ ନାୟକ, ଭାଗୀରଥି ନାୟକ ଓ ଭାସ୍କର ନାୟକ, ପୂର୍ବତନ ସାଂସଦ ଅନନ୍ତ ଚରଣ ନାୟକ, ଜାତି ପ୍ରେମୀ ସତ୍ୟବ୍ରତ ନାୟକ, କିରଣ ବାଳା ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ହରେକୃଷ୍ଣ ନାୟକ, ଗୋବିନ୍ଦ ନାୟକ, ପଦ୍ମନାଭ ନାୟକ,ଶରତ ଚନ୍ଦ୍ର ନାୟକ, ବଲ୍ଲଭ ନାୟକ, ଡମ୍ବରୁଧର ନାୟକ, ଅପୂର୍ବ ନାୟକ, ସାବିତ୍ରୀ ନାୟକ, ଯୁଧିଷ୍ଠିର ସିଂ, ପ୍ରଫୁଲ୍ଲ ସିଂ, ଚକ୍ରଧର ନାୟକ, ଦିଗାମ୍ବର ଦଣ୍ଡପାଟ , ଦୟାନିଧି ଖଣ୍ଡା, ଅଚ୍ୟୁତାନନ୍ଦ ମହାପାତ୍ର, ହୃଷୀକେଶ ନାୟକ,ଦାସରଥି ନାୟକ, ନରେନ୍ଦ୍ର ନାୟକ, ବୈକୁଣ୍ଠ ନାୟକ, ବିଦ୍ୟାଧର ନାୟକ,ଗୋଲେଖ ମାନସିଂହ, ଗିରିଶ ଚନ୍ଦ୍ର ନାୟକ ଓ ବିଜୟ ନାୟକ।

ଜିଲ୍ଲାର ୩୮ଟି ପଲ୍ଲୀ ମଧ୍ୟରୁ ୩୨ଟି ପଲ୍ଲୀର ସଭାପତି, ସମ୍ପାଦକ ଓ ଗୋଣ୍ଡ ସମାଜର ଅନେକ ବରିଷ୍ଠ ସଦସ୍ୟ ସଦସ୍ୟା ଉପସ୍ଥିତ ହୋଇ ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ। ସମାଜ ମଧ୍ୟରେ ଦେଖା ଦେଇଥିବା କିଛି ମୁଷ୍ଟିମେୟ ଲୋକଙ୍କର ଷଡ଼ଯନ୍ତ୍ର ସମ୍ବନ୍ଧରେ ଜିଲ୍ଲାର ସମସ୍ତ ସଦସ୍ୟ ସଦସ୍ୟା ଅବଗତ ଥିବା ସଭାରେ ସ୍ପଷ୍ଟ ହୋଇଥିଲା। ଏଣୁ ଜିଲ୍ଲାରେ କାର୍ଯ୍ୟ କରୁଥିବା ପୂରାତନ ଗୋଣ୍ଡ ସାଂସ୍କୃତିକ ସମାଜରେ ରହି ସମସ୍ତ ପଲ୍ଲୀ, ବ୍ଲକ ଓ ଜିଲ୍ଲା ପୂର୍ବରୁ ଯେପରି ସକ୍ରିୟ ଭାବେ କାର୍ଯ୍ୟ କରୁଥିଲେ, ଠିକ୍ ସେହିପରି ଭାବେ କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା। ଗୋଣ୍ଡ ସାଂସ୍କୃତିକ ସମାଜ କେନ୍ଦୁଝର ଏକ ସ୍ବତନ୍ତ୍ର ସ୍ବାଧୀନ ଅନୁଷ୍ଠାନ ରୂପେ ବିବେଚିତ ହେବ।

ଏହା ସମସ୍ତ ପଲ୍ଲୀର ସଭାପତି, ସମ୍ପାଦକ ଓ ବିଭିନ୍ନ ଗ୍ରାମରୁ ଆସିଥିବା ଜାତି ପ୍ରେମୀ ଭାଇ ଓ ଭଉଣୀ ଦୃଢ଼ ସମର୍ଥନ କଲେ। ଏହା ସର୍ବସମ୍ମତିକ୍ରମେ ଗୃହୀତ ହେଲା। ନୂତନ ଭାବେ ଆବିର୍ଭାବ ହୋଇ ବିଭିନ୍ନ ଜିଲ୍ଲା ତଥା ଆମ ଜିଲ୍ଲାରେ ବିଶୃଙ୍ଖଳା ସୃଷ୍ଟି କରାଇ ଆମ ସଂଗଠନକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା ଗୋଣ୍ଡୱ।ନା ଗୋଣ୍ଡ ମହାସଭାର ଯେ କୌଣସି ବ୍ୟକ୍ତିର ମିଥ୍ୟା କଥାରେ ପ୍ରଭାବିତ ନ ହେବାକୁ ନିଷ୍ପତ୍ତି ଗ୍ରହଣ କରାଗଲା। ଗୋଣ୍ଡୱ।ନା ଗୋଣ୍ଡ ମହାସଭା ଦ୍ଵାରା ଶପଥ ଉତ୍ସବ ବୈଧ ନୁହେଁ ବୋଲି ସ୍ଥିର କରାଗଲା। ଆଜି ଠାରୁ ସମସ୍ତ ସାମାଜିକ କାର୍ଯ୍ୟ ଗୋଣ୍ଡ ସାଂସ୍କୃତିକ ସମାଜ କେନ୍ଦୁଝର ନାଁ ରେ ପରିଚାଳିତ ହେବ ବୋଲି ବିବେଚନା କରାଗଲା।

ସମ୍ବନ୍ଧିତ ଖବର