ମାଲଗାଡିର ୫ ବଗି ଲାଇନଚ୍ୟୁତ୍‌, ୧୭ ଘଣ୍ଟା ମାଲପରିବହନ ଠପ୍‌

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)କୁ ଆସୁଥିବା ଲୁହା ପଥର ‌ବୋଝେଇ ମାଲଗାଡିର ୫ ବଗି ବନ୍ଧମୁଣ୍ଡା ରେଲୱେ ୟାର୍ଡ ଡିଜେଲ କଲୋନି ନିକଟରେ ଲାଇନଚ୍ୟୁତ୍‌ ହୋଇଛି। ବିଶେଷ କିଛି କ୍ଷୟକ୍ଷତି ହୋଇ ନଥିବାବେଳେ ବନ୍ଧମୁଣ୍ଡା ରେଲୱେ ୟାର୍ଡ ରାଉରକେଲା ଇସ୍ପାତ କାରଖାନା ମଧ୍ୟରେ ମାଲଗାଡି ଯାତାୟତ ପ୍ରାୟ ୧୭ ଘଣ୍ଟା ଠପ୍‌ ହୋଇଯାଇଛି। ଲାଇନ୍‌ଚ୍ୟୁତ ବଗିଗୁଡ଼ିକୁ ହାଇଡ୍ରୋଲିକ୍‌ ମେସିନ୍‌ ସହାୟତାରେ ଧାରଣାକୁ ଅଣାଯିବା ପରେ ମାଲ ପରିବହନ ସ୍ବାଭାବିକ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରେ ଲୁହାପଥର ବୋଝେଇ ମାଲଗାଡ଼ି ଆର୍‌ଏସ୍‌ପି ବନ୍ଧମୁଣ୍ଡା ରେଲୱେ ୟାର୍ଡକୁ ଆସୁଥିଲା। ଡିଜେଲ କଲୋନି ନିକଟରେ ଲାଇନ୍‌ଚ୍ୟୁତ୍‌ ହୋଇଥିଲା। ଖବର ପାଇ ରେଲୱେ ଅଧିକାରୀ ପହଞ୍ଚି ଲାଇନଚ୍ୟୁତ୍‌ ବଗିଗୁଡ଼ିକୁ ରେଳଲାଇନକୁ ଆଣିଥିଲେ। କେଉଁ କାରଣରୁ ବଗିଗୁଡ଼ିକ ଲାଇନଚ୍ୟୁତ ହେଲା ଟେକ୍ନିକାଲ ଟିମ୍‌ ତା’ର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର