ସୋର: ଜଣେ ପର୍ଯ୍ୟଟକ ବାଟ ଭୁଲି ଯାଇଥିବା ବେଳେ ସେ ସ୍ଥାନୀୟ ଯୁବକଙ୍କ ଦ୍ବାରା ଉଦ୍ଧାର ହୋଇଛନ୍ତି। ଫ୍ରାନ୍‌ସର ଯୁବକ ବିଲ୍ୟୁ ଗତ ନଭେମ୍ବର ମାସରେ ଭାରତ ଭ୍ରମଣ ପାଇଁ ଆସିଥିଲେ। ପ୍ରଥମେ ଦିଲ୍ଲୀ ଓ ପରେ ବାରାଣାସୀ ବୁଲିବା ପରେ ଟ୍ରେନ୍‌ ଯୋଗେ ଖଡ଼ଗପୁର ଯାଇଥିଲେ। ସେଠାରୁ ଭୁବନେଶ୍ୱର ଏବଂ ପୁରୀ ଯାଇ ବୁଲିଥିଲେ। ବିଲ୍ୟୁ ଭଦ୍ରକ ହୋଇ କଲିକତା ଯାଇଥାଆନ୍ତେ। ହେଲେ ଗୁଗୁଲ୍‌ ମ୍ୟାପ୍‌ ଦେଖି ଭୁଲ୍‌ରେ ସୋର ଷ୍ଟେସନ୍‌ରେ ଓହ୍ଲାଇ ଏଣେତେଣେ ବୁଲିଥିଲେ।

Advertisment

ଏପରି ସମୟରେ କିଛି ଯୁବକ ତାଙ୍କ ସମସ୍ୟା ବୁଝିଥିଲେ। ସେମାନେ ବିଲ୍ୟୁଙ୍କୁ ଖାଇବାକୁ ଦେବା ସହ ରହିବାର ବ୍ୟବସ୍ଥା କରିଛନ୍ତି। ଆଉ ଦିନେ କି ଦୁଇଦିନ ପ​ରେ ସେ କଲିକତା ଚାଲିଯିବେ ବୋଲି ଜଣାପଡ଼ିଛି। ଅନ୍ୟପଟେ ସଂଦେହରେ ସୋର ପୁଲିସ ଆଜି ବିଲ୍ୟୁଙ୍କୁ ଥାନା ନେଇ ପାସ୍‌ପୋର୍ଟ ଯାଞ୍ଚ କରିଥିବା ସୂଚନା ମିଳିଛି।