ରାଇରଙ୍ଗପୁର/ଗୋରୁମହିଷାଣୀ: ରାଇରଙ୍ଗପୁର ବ୍ଲକ୍ର ଗୋରୁମହିଷାଣୀ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସୁଲେଇପାଟ ବନ୍ଧଠାରେ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏକ ଦିବସୀୟ ନେଚର କ୍ୟାମ୍ପ୍ ଆୟୋଜନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଇକୋ କ୍ଲବ୍ର ୫୦ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।
ସମ୍ବଳ ବ୍ୟକ୍ତି ଭାବେ ଆଇରନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ. ଦିଗାମ୍ବର ଗିରି ଏବଂ ଉଦ୍ଭିଦ ବିଭାଗର ଅଧ୍ୟାପକ ତପନ କୁମାର ସାମଲ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ କ୍ୟାମ୍ପ୍ ଅଫିସର ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁହାଗିନି ହେମ୍ବ୍ରମ ଓ ପ୍ରୋଗ୍ରାମ ଅଫିସର ଭାବେ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ କଳାକାର ମହାନ୍ତ ପରିଚାଳନା କରିଥିଲେ ।
ଅଧକ ପଢ଼ନ୍ତୁ: ଜମ୍ମୁକାଶ୍ମୀର ସ୍ୱର୍ଗର ପରିଚୟ ଫେରି ପାଇବାକୁ ଯାଉଛି: ମୋଦୀ
ଏଥିରେ ବିଦ୍ୟାଳୟର ଶିକ୍ଷୟତ୍ରୀ ମମତା ରାଣୀ ପୃଷ୍ଠି ,କିରଣ କୁମାର ବେହେରା ସ୍ବତନ୍ତ୍ର ଅତିଥି ଭାବେ ମଞ୍ଚାସିନ ଥିଲେ । ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ମାନଙ୍କ ମଧ୍ୟରେ ସୀତାମ୍ବରୀ ନାୟକ,ମାନସୀ ବାଗ, ସୌମ୍ୟା ସେଫାଳିକା ସିଂହ, ମୀନାରାଣୀ ମାଝୀ, ରାମନାରାୟଣ ପାଣ୍ଡେ,ମାନସ କୁମାର ଦତ୍ତ ଓ କନିଷ୍କ ଚନ୍ଦ୍ରଶେଖର ମହାନ୍ତିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ସୁହାଗିନି ହେମ୍ବ୍ରମ ଧନ୍ୟବାଦ ଅର୍ପଣ କରିଥିଲେ ।
ଅଧକ ପଢ଼ନ୍ତୁ: କଳାହାଣ୍ଡି-କନ୍ଧମାଳ-କୋରାପୁଟରେ ଘନ କୁହୁଡ଼ି: ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି