ବ୍ରହ୍ମପୁର: ସ୍ଥାନୀୟ ଲାଞ୍ଜିପଲ୍ଲୀସ୍ଥିତ ଇସ୍କନ୍ ବ୍ରହ୍ମପୁର ମନ୍ଦିରରେ ବଡ଼ ଧୁମଧାମରେ ଗୌର ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରବଚନ, କୀର୍ତ୍ତନ ସାଙ୍ଗକୁ ସୁନ୍ଦର ସନ୍ଧ୍ୟା ଆରତୀ ଦର୍ଶନର ବ୍ୟବସ୍ଥା କରାଯାଇଥିଲା । ଏହି ଉପଲକ୍ଷେ ୫୦୦ରୁ ଊର୍ଦ୍ଧ୍ବ ଭକ୍ତ ବିଭିନ୍ନ ସ୍ଥାନରୁ ଆସି ଯୋଗ ଦେଇଥିଲେ। କୀର୍ତ୍ତନର ତାଳେ ତାଳେ ଭକ୍ତମାନଙ୍କ ଅପୂର୍ବ ନୃତ୍ୟ ସମସ୍ତଙ୍କ ମନକୁ ମୋହିତ କରିଥିଲା । ଏହି ଅବସରରେ ମନ୍ଦିରର ଅଧ୍ୟକ୍ଷ ଶ୍ରୀ ପଞ୍ଚରତ୍ନ ପ୍ରଭୁ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଦିବ୍ୟ ଲୀଳା କଥା ବର୍ଣ୍ଣନା କରିଥିଲେ। ଶେଷରେ ସମସ୍ତଙ୍କ ଲାଗି ସ୍ୱାଦିଷ୍ଟ ଅନୁକଳ୍ପ କୃଷ୍ଣ ପ୍ରସାଦର ବ୍ୟବସ୍ଥା ମଧ୍ୟ ହୋଇଥିଲା।
/sambad/media/post_attachments/wp-content/uploads/2023/03/20230307183416_IMG_5646.jpg)