କେନ୍ଦ୍ରାପଡ଼ା: ବହୁ ଚର୍ଚ୍ଚିତ ଡିଜିଟାଲ୍‌ ନମ୍ବର ଠକେଇ ମାମଲାରେ ତଥ୍ୟ ଲୁଚାଉଛି ପ୍ରଶାସନ। ସୂଚନା ଅଧିକାର ଆଇନରେ ଏ ବାବଦରେ ସୂଚନା ମାଗିଲେ ବିଭାଗୀୟ ଅଧିକାରୀ ଉତ୍ତର ଦେବାକୁ ମନା କରୁଛନ୍ତି। ଜିଲ୍ଲା ପ୍ରଶାସନର ଏପ୍ରକାର ଆଭିମୁଖ୍ୟ ଡିଜିଟାଲ୍‌ ନମ୍ବର ନାଁରେ ହୋଇଥିବା ବଡ଼ଧରଣର କେଳେଙ୍କାରୀ ଅଭିଯୋଗକୁ ଅଧିକ ଦୃଢ଼ିଭୂତ କରିଛି। ଏହି ମାମଲାରେ ଅତିରିକ୍ତ ଜିଲ୍ଲାପାଳ(ଏଡିଏମ୍‌) ପିତାମ୍ବର ସାମଲଙ୍କ ଭୂମିକା ଅତ୍ୟନ୍ତ ସନ୍ଦେହଜନକ ଥିଲା। ସେ ନବୟୁଗ ଇନଫୋଟେକ୍‌ ନାମକ ଏକ ଘରୋଇ ସ˚ସ୍ଥାକୁ ସାରା ଜିଲ୍ଲାରେ ଘର ଗୁଡ଼ିକର ଡିଜିଟାଲ୍‌ ନମ୍ବର କରିବା ପାଇଁ ଅନୁମତି ଦେଇଥିଲେ। ଏହି ଅନୁମତି ବଳରେ ସ˚ପୃକ୍ତ ସ˚ସ୍ଥା ସାରା ଜିଲ୍ଲାରୁ ଡିଜିଟାଲ୍‌ ନମ୍ବର ନାଁରେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ମାତ୍ର କାମ କରିବାର ପ୍ରାୟ ଆଠ ମାସ ପରେ ସ˚ପୃକ୍ତ ସ˚ସ୍ଥାର କାର୍ଯ୍ୟକୁ ଜିଲ୍ଲାପାଳ ଅଚାନକ ଜାଲ୍‌ ଘୋଷଣା କରିଦେଇଥିଲେ। କେବଳ ସେତିକି ନୁହେଁ, ପ୍ରଶାସନର ଏତଲା ଆଧାରରେ ସ˚ପୃକ୍ତ ସ˚ସ୍ଥା ନାଁରେ ଟାଉନ ଥାନାରେ ମାମଲା ବି ରୁଜୁ ହେବା ସହିତ ଏହାର ଜିଲ୍ଳା ସ˚ଯୋଜକ ରେବତୀକାନ୍ତ ମହାପାତ୍ର ଓ ସହଯୋଗୀ ନବୀନ କିସାନଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ପୂରା ଠକେଇ ପଛରେ ପୂରା ପ୍ରଶାସନର ପ୍ରୋତ୍ସାହନ ଥିବା ସତ୍ତ୍ବେ ଅଧିକାରୀ ଓ କର୍ମଚାରୀମାନେ ବର୍ତ୍ତି ଯାଇଥିଲେ। ସେମାନଙ୍କ ବିରୋଧରେ ନା ପ୍ରଶାସନିକ ନା ପୁଲିସ କାର୍ଯ୍ୟାନୁଷ୍ଠାନ ହେଲା। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଥିବା ବେଳେ ଏବେ ଏ ସ˚ପର୍କିତ ସୂଚନା ପ୍ରଦାନରେ ସେଭଳି କୌଣସି ଠୋସ୍‌ କାରଣ ନ ଦର୍ଶାଇ ମନା କରିଦେବା ଘଟଣା ପ୍ରଶାସନର ଦୁର୍ନୀତି ବିରୋଧରେ ଶୂନ୍ୟ ସମ୍ବେଦନଶୀଳତା ନୀତି ଉପରେ ବିରାଟ ପ୍ରଶ୍ନଚିହ୍ନ ଲଗାଇ ଦେଇଛି। କେନ୍ଦ୍ରାପଡ଼ା ପୌରାଞ୍ଚଳ ଖଡ଼ିଅ˚ଗ ଅ˚ଚଳର ବାସିନ୍ଦା ରାକେଶ କୁମାର ସି˚ହ ଆର‌୍‌ଟିଆଇରେ ଡିଜିଟାଲ୍‌ ନମ୍ବର ବାବଦରେ ଗତ ଅଗଷ୍ଟ ୧୭ତାରିଖରେ ସୂଚନା ମାଗିଥିଲେ। ନବୟୁଗ ସ˚ସ୍ଥାକୁ ଡିଜିଟାଲ୍‌ ନମ୍ବର କରିବା ପାଇଁ ପ୍ରଶାସନ କେବେ ଅନୁରୋଧ କରିଥିଲେ, ଅନୁମୋଦନ ଓ ଚୁକ୍ତିନାମା କେବେ ହୋଇଥିଲା ଏବ˚ ପ୍ରଶାସନ ସହିତ ଏ ବାବଦରେ ହୋଇଥିବା ଆର୍ଥିକ କାରବାରର ସମସ୍ତ ସୂଚନା ଦେବା ପାଇଁ ଆବେଦନ କରିଥିଲେ। ମାତ୍ର ପ୍ରଶାସନ ପକ୍ଷରୁ ଡେପୁଟି କଲେକ୍ଟର‌୍‌ ଏହାର ଉତ୍ତରରେ ଏପ୍ରକାର କୌଣସି ସୂଚନା ଆମ ପାଖରେ ନ ଥିବା ଦର୍ଶାଇଛନ୍ତି।

Advertisment

ଗୋଟିଏପଟେ ଏହି ମାମଲାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଭୂମିକା ସନ୍ଦେହର ଉର୍ଦ୍ଧ୍ବରେ ନୁହେଁ। ଏପରିକି ଜିଲ୍ଲା ଇ-ଗଭର୍ଣ୍ଣାନ୍ସ ମ୍ୟାନେଜର‌୍‌ ଜ୍ଞାନର˚ଜନ ସେଠୀ ଏକାଧିକବାର ପୁଲିସ ଜେରାର ସମ୍ମୁଖୀନ ହୋଇ ସାରିଛନ୍ତି। ଖୋଦ୍‌ ଅତିରିକ୍ତ ଜିଲ୍ଳାପାଳ ବି ସ˚ପୃକ୍ତ ଘରୋଇ ସ˚ସ୍ଥାକୁ ଅନୁମୋଦନ ଦେଇଥିବା କଥା ଗଣମାଧୢମରେ ସ୍ବୀକାର କରିଛନ୍ତି। ଜିଲ୍ଲାପାଳ ବି କେଉଁ ପରିସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଚିଠି କରିଥିଲେ, ତାହାର ତଦନ୍ତ ଚାଲିଥିବା କଥା କହିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଘରୋଇ ସ˚ସ୍ଥାକୁ ସବୁତକ ଦୋଷ ଦେଇ ପୂରା ପ୍ରଶାସନ ଯେଭଳି ହାତଝାଡ଼ି ବସିଗଲା, ତାହା ସମସ୍ତଙ୍କୁ ଆଚମ୍ବିତ କରିଥିଲା। ମାତ୍ର ଏବେ ଆର‌୍‌ଟିଆଇରେ ସୂଚନା ଦେବାକୁ ପ୍ରଶାସନ ମନା କରିଦେବା ପରେ ଉଠୁଥିବା ଦୁର୍ନୀତି ଅଭିଯୋଗ ଯେ ଅମୂଳକ ନୁହେଁ, ଏ ଧାରଣା ଅଧିକ ଦୃଢ଼ୀଭୂତ ହୋଇଛି। ଆର‌୍‌ଟିଆଇ ଆବେଦନକାରୀ ଶ୍ରୀ ସି˚ହ କହିଛନ୍ତି ଯେ ଡିଜିଟାଲ୍‌ ନମ୍ବର ନାଁରେ ନବଯୁଗ ସ˚ସ୍ଥା ଜିଲ୍ଲାବାସୀଙ୍କୁ ଲକ୍ଷାଧିକ ଟଙ୍କା ଚୂନ ଲଗାଇବା ପଛରେ ପ୍ରଶାସନର ହାତ ରହିଛି। ଆର‌୍‌ଟିଆଇରେ ସୂଚନା ଦେବାକୁ ମନା କରିବା ପରେ ଏ କଥା ପ୍ରମାଣିତ ହୋଇଛି। ପ୍ରଶାସନିକ ଅଧିକାରୀଙ୍କ ଦୁର୍ନୀତି କାଳେ ଧରାପଡ଼ିଯିବ, ସେଥିପାଇଁ ତଥ୍ୟ ଦିଆଯାଉନାହିଁ ବୋଲି ଶ୍ରୀ ସି˚ହ ଅଭିଯୋଗ କରିଛନ୍ତି।