କରୋନ ତୃତୀୟ ଲହର ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସ୍ତୁତି

ଖୋର୍ଦ୍ଧା: କରୋନା ତୃତୀୟ ଲହରକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମୁଖ୍ୟ ଚିକିତ୍ସାଳୟରେ ବର୍ତ୍ତମାନ ୬ଟି ଆଇସିୟୁ ଶଯ୍ୟା ସହ ୪ଟି ଅକ୍ସିମିଟର ଓ ଅକ୍ସିଜେନ୍ ସିଲଣ୍ଡର ବ୍ୟବସ୍ଥା ସହ ୪ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି। ଆଜି ଏନେଇ ସୂଚନା ଦେଇ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡଃ. ବିଭୂପ୍ରସାଦ ମିଶ୍ର କହିଛନ୍ତି ଯେ ତୃତୀୟ ଲହରରେ ୧୮ ବର୍ଷରୁ କମ ଶିଶୁ ଓ କିଶୋର ସଂକ୍ରମିତ ହେବା ସମ୍ଭାବନା ରହିଛି।

ଏହା ଏକ ସ୍ୱାସ୍ଥ୍ୟଗତ ସମ୍ବେଦନଶୀଳ ପ୍ରସଙ୍ଗ। ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକ ଚିକିତ୍ସା ଉପକରଣ, ଯନ୍ତ୍ର ଓ ଡାକ୍ତର ଏବଂ ପାରାମେଡିକାଲ୍ କର୍ମଚାରୀଙ୍କ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି। ବର୍ତ୍ତମାନ ଠାରୁ ଜିଲ୍ଲା ଚିକିତ୍ସାଳୟରେ ଅତିରିକ୍ତ ପିପିକିଟ୍, ମାସ୍କ, ଗ୍ଲୋବସ୍, ସାନିଟାଇଜର, ଅକ୍ସିମିଟର ସହ ଔଷଧ ମହଜୁଦ କରାଯାଇଛି ବୋଲି ଡଃ. ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର