ବନ୍ଧୁଗାଁ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସଦସର୍ବଦା ଚର୍ଚ୍ଚାରେ ରହି ଆସୁଥିବା ବେଳେ ଆଜିବି ଏମିତି ଗ୍ରାମ ରହିଛି ଯେଉଁଠିକି ସ୍ଵାଧୀନତାର ୭୫ ବର୍ଷ ହେଲାଣି ସରକାରୀ ଯୋଜନା ପହଁଞ୍ଚିବା କଷ୍ଟକର ହୋଇ ପଡିଛି। ଉକ୍ତ ଗ୍ରାମରେ ଆଜି ଯାଏଁ କୌଣସି ସରକାରୀ ବାବୁଙ୍କ ପାଦ ପଡିନଥିବା ବେଳେ ସରକାରଙ୍କ ମୌଳିକ ସୁବିଧାର ସ୍ଵାଦ ଲୋକେ ଚାଖି ପାରିଲେ ନାହିଁ। ବିଜୁଳି, ରାସ୍ତା, ଶିକ୍ଷା ଓ ପାନୀୟ ଜଳ ଭଳି ମୌଳିକ ସୁବିଧା ଆଜି ଯାଏଁ ଗ୍ରାମରେ ପହଁଞ୍ଚି ପାରିନି। ଉକ୍ତ ଦୁଇଟି ଗ୍ରାମ ହେଲା ଉପର ଡାବେରି ଓ ତଳଡାବେରି।

Advertisment

ବ୍ଲକ ସଦର ପଞ୍ଚାୟତ ଠାରୁ ମାତ୍ର ୪ କିଲୋମିଟର ଦୂର ଉପରଡାବେରି ଓ ସେଠାରୁ ୩ କିଲୋମିଟର ଦୂର ତଳଡାବେରି ଗ୍ରାମ। ଉପରଡାବେରି ଗ୍ରାମରେ ୧୧ ଆଦିବାସୀ ପରିବାର ରହୁଥିବା ବେଳେ ତଳଡାବେରି ଗ୍ରାମରେ ୧୬ ପରିବାର ବସବାସ କରୁଛନ୍ତି। କେବଳ ଭୋଟ୍‌ ସମୟରେ ଏହି ଗ୍ରାମବାସୀ ନେତାଙ୍କ କାମରେ ଆସନ୍ତି ବାକି ସମୟ ଏମାନେ ସବୁ କାହାରି କାମକୁ ନୁହେଁ। ନେତା ସବୁବେଳେ ପ୍ରତିଶ୍ରୁତି ଦିଅନ୍ତି କିନ୍ତୁ କାମରେ କରି ଦେଖାଇବାକୁ ତାଙ୍କୁ ଅନେକ ସମୟ ଲାଗେ।

ଆଜି ଏହି ଦୁଇଟି ଗ୍ରାମ ଏଭଳି ମିଛ ପ୍ରତିଶ୍ରୁତି ଦିଆ ନେତା ଓ ପ୍ରସାସନର ଅପାରଗତାର ଶିକାର ହୋଇଛି। ଉପରଡାବେରି ଗ୍ରାମରେ ମାତ୍ର ଦୁଇଜଣ ୨୦୧୮-୧୯ ମସିହାରେ ଇନ୍ଦିରାବାସରେ ଘର ପାଇଥିବା ବେଳେ ତାହା ପ୍ରଥମ କିସ୍ତିରେ ଅଟକି ରହିଛି ଯେ ଆଜି ଯାଏଁ ସମ୍ପୂର୍ଣ୍ଣ ହୋଇ ପାରିନି। ତଳ ଡାଵେରି ଗ୍ରାମରେ ୧୬ ଜଣ ପରିବାରଙ୍କ ମଧ୍ୟରୁ ୪ଜଣଙ୍କୁ ଆବାସ ଯୋଜନାରେ ଘର ମିଳିଥିବା ଜଣାପଡିଛି। ଦାରିଦ୍ର ଶିମାରେଖା ତଳେ ବସବାସ କରୁଥିବା ନିରିହ ଆଦିବାସୀ ନିଜର ଦୁଃଖ ଜଣାଇବତ କାହା ଆଗରେ। ଏନେଇ ଆଜି ପ୍ରଥମ କରି ଉକ୍ତ ଦୁଇଟି ଯାକ ଗ୍ରାମରେ ଲୋକଙ୍କ ଦୁଃଖ ବୁଝିବାକୁ ବ୍ଲକ ପ୍ରସାସନର ପାଦ ପଡିଛି।

ଗ୍ରାମକୁ ଯିବା ପାଇଁ କୌଣସି ରାସ୍ତା ନାହିଁ। ସରୁଆ ପାଦ ଚଲା ରାସ୍ତାଟି ଗ୍ରାମବାସୀଙ୍କ ସୁଖ ଦୁଃଖର ସାଥି ହୋଇ ପଡି ରହିଥିବା ବେଳେ ଆଜି ସେଇ ରାସ୍ତା ଦେଇ ଚାଲିଚାଲି ବନ୍ଧୁଗାଁ ବିଡିଓ ଆକାଶ ପଟ୍ଟନାୟକ, ଏଇ ଡି. ନାରାୟଣ ରାଓ, କନିଷ୍ଠ ଯନ୍ତ୍ରୀ ଉମେଶ କୁମାର ଦାସ ପ୍ରଥମେ ଉପର ଡାବେରି ଓ ପରେ ତଳ ଡାବେରି ଗ୍ରାମରେ ପହଁଚିଥିଲେ। ଘଞ୍ଚ ଜଙ୍ଗଲ ମଧ୍ୟରେ ସରୁଆ ପାହାଡିଆ ରାସ୍ତା ପାଦେପାଦେ ବିପଦ ମଧ୍ୟରେ ଚାଲିଚାଲି ପହଁଚିଥିଲେ ଉପର ଡାବେରି ଗ୍ରାମରେ ପହଞ୍ଚିଥିଲେ। ପ୍ରଥମେ ଉପର ଡାବେରି ଗାଁକୁ ଯାଇ ଜଳ ପାଇଁ ବୁଝିବା ସହ ଗ୍ରାମ ଲୋ‌କେ ବ୍ୟବହାର କରୁଥିବା ଝରଣା ପାଣି ନିକଟକୁ ଯାଇ ଦେଖିଛନ୍ତି ଓ ଲୋକେ ବର୍ଷାରେ ଗୋଳିଆ ପାଣି କେଉଁ ପ୍ରକାର ଭାବରେ ବ୍ୟବହାର କରୁଛନ୍ତି।

publive-image Sambad

ତାହାକୁ ନେଇ ଚିନ୍ତା କରିଥିଲେ ଓ ଝରଣା ପାଣି ଆସୁଥିବା ରାସ୍ତାକୁ ଏକ ଡ୍ରେନ ମାଧମରେ ଜଳକୁ ଏକାଠି କରାଯାଇ ଲୋକଙ୍କୁ ବ୍ୟବହାର ପାଇଁ ଉପକୃତ ହୋଇପାରିବ ବୋଲି କହିଥିଲେ। ଏଥିସହ ଏହି ଦୁଇ ଗ୍ରାମବାସୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଓ ମଧୁବାବୁ ପେନ୍‌ସନ ଓ ପିଡ଼ିଏସ ଚାଉଳକୁ ନେଇ ଗୋଟିଏ ଦିନରେ ଦିଆଯିବା ପାଇଁ ପଞ୍ଚାୟତର ଯୋଗାଣ ସହାୟକଙ୍କୁ କହିବେ, ଏହି ଗ୍ରାମର ଯେକୌଣସି କାର୍ଯ୍ୟ କରିବା ପାଇଁ ହେଲେ ବନ୍ଧୁଗାଁ ଆସି କାର୍ଯ୍ୟ କରିବା ପାଇଁ ହେଲେ ଏକଦିନ ପାଦରେ ଚାଲିଚାଲି ଆସିବାକୁ ପଢିଥାଏ। 

ଉପର ଡାବେରି ଗ୍ରାମରେ ଉପସ୍ଥିତ ରହିଥିବା ମହିଳା ଓ ପୁରୁଷଙ୍କୁ ମୁଣ୍ଡ ପିଛା ପାଞ୍ଚସହ ଟଙ୍କା ଲେଖାଏଁ ଘର ଖର୍ଚ୍ଚ ପାଇଁ ଦେବା ସହ ଗ୍ରାମର ଛୋଟଛୋଟ ଛୁଆଁଙ୍କୁ ମଧ୍ୟ ବିସ୍କୁଟ ଓ ଚକୋଲେଟ ଖାଇବା ପାଇଁ ଖୁସିରେ ସମସ୍ତ ପିଲାଙ୍କୁ ପାଞ୍ଚସହ ଟଙ୍କା ମଧ୍ୟ ବିଡ଼ିଓ ଶ୍ରୀ ଆକାଶ ପଟ୍ଟନାୟକ ଦେଇଥିଲେ। ଏପରି ଭାବରେ ଗ୍ରାମ ଲୋକେ ପ୍ରଥମଥର ସରକାରୀ ବାବୁଙ୍କୁ ଦେଖି ଗ୍ରାମବାସୀଙ୍କ ଖୁସି କହିଲେ ନସରେ। ଗ୍ରାମବାସିଙ୍କ ସହ ପ୍ରସାସନ ସବୁ ବିଷୟରେ ଆଲୋଚନା କରି ଆଗାମୀ ଦିନରେ କିପରି ସରକାରଙ୍କ ସମସ୍ତ ଯୋଜନାର ସୁବିଧା ଗ୍ରାମବାସୀ ପାଇ ପାରିବେ ତାହା ଉପରେ ଦୃଷ୍ଟି ଦିଆଯିବ ବୋଲି ବିଡିଓ ଶ୍ରୀଯୁକ୍ତ ପଟ୍ଟନାୟକ କହିଛନ୍ତି। ଆଗକୁ ସରକାରଙ୍କ ମୌଳିକ ସୁବିଧା ଦୁଇଟି ଗ୍ରାମରେ ଜଙ୍ଗଲ ରାସ୍ତା ଦେଇ ପହଁଚି ପାରୁଛି ନାଁ ଅଧା ବାଟରେ ଅଟକି ପଡୁଛି ତାହା ଦେଖିବାକୁ ବାକି ରହିଲା।