ଗ୍ରୀଷ୍ମ ମୁକାବିଲା ନେଇ ପ୍ରଶାସନିକ ପ୍ରସ୍ତୁତି; ସୁରେଇ ବଦଳରେ ରହିବ ପ୍ଲାଷ୍ଟିକ ବଡ ଟାଙ୍କି

କୋରାପୁଟ: ଖରା ବଢିବା ପୂର୍ବରୁ ସମସ୍ତ ନଳକୂପ ମରାମତି ଓ ପାଇପ ଜଳ ଯୋଗାଣ ବ୍ୟବସ୍ଥାକୁ ଶୃଙ୍ଖଳିଳ କରାଯିବାକୁ କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ୍‌. ଅଖତ୍‌ର ନିର୍ଦେଶ ଦେଇଛନ୍ତି। ଆଜି ସ୍ଥାନୀୟ ସଦଭାବନା ସଭାଗୃହରେ ଅ˚ଶୁଘାତ ମୁକାବିଲା ଓ ଜଳକଷ୍ଠ ଦୂରୀକରଣ ନେଇ ଅନୁଷ୍ଠିତ ବୈଠକରେ ଅଧୢକ୍ଷତା କରି ଗ୍ରାମୀଣ ଜଳ ଯୋଗାଣ ବ୍ୟବସ୍ଥାକୁ ଗୁରୁତ୍ବ ଦେଇଥିଲେ। ବିଭିନ୍ନ ବ୍ଲକରୁ ଆସିଥିବା ବିଡିଓ, ଜଳ ଯୋଗାଣ ସହ ସ˚ପୃକ୍ତ ଅଧିକାରୀଙ୍କୁ ଏଥିନେଇ କଡା ନିର୍ଦେଶ ଦେବା ସହ ପାନୀୟ ଜଳ ଯୋଗାଣରେ ଯେମିତି ସାମାନ୍ୟ ବ୍ୟତିକ୍ରମ ନ ହୁଏ ସେ ଦିଗରେ ଧ୍ୟାନ ଦେବାକୁ କହିଛନ୍ତି। ଜିଲ୍ଲାରେ ଧୀରେ ଧୀରେ ଖରା ବଢୁଥିଲାବେଳେ ଏହି ସମୟରେ ଲୋକମାନେ ଯେମିତି ଜଳକଷ୍ଠ ଭୋଗିବେନି ସେଥିପ୍ରତି ପ୍ରଶାସନିକ ପ୍ରସ୍ତୁତି କରାଯାଇଛି।  ଅଚଳ ଜଳଯୋଗାଣ ପ୍ରକଳ୍ପକୁ ଯୁଦ୍ଧକାଳୀନ ଭିତ୍ତିରେ ସଚଳ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଖରା ବଢିବା ଆଗରୁ ଜଳଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ବିଡିଓ ଏବ˚ ନିର୍ବାହୀ ଅଧିକାରୀଙ୍କୁ କୁହାଯାଇଛି।

ଆବଶ୍ୟକ ହେଲେ ନୂତନ ନଳକୂପ ଖନନ କରି ଲୋକଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ। ଏହା ସହ ଦୁର୍ଗମ ଅ˚ଚଳରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ପ୍ରତି ଅଞ୍ଚଳରେ ହେଉଥିବା ଜଳଛତ୍ରରେ ସୁରେଇ ବଦଳରେ ୧ହଜାର କିମ୍ବା ୫ଶହ ଲିଟର ବିଶିଷ୍ଟ ଜଳଟାଙ୍କିରେ ଜଳ ଯୋଗାଣ କରାଯିବାକୁ ନିର୍ଦ୍ଦେଶ ରହିଛି। ପ୍ରତ୍ୟେକ ବ୍ଳକ ନିମନ୍ତେ ଜଣେ ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀ ନିଯୁକ୍ତି କରାଯାଇ ସ୍ଥିତି ଉପରେ ନଜର ତୁରନ୍ତ ନିରାକରଣ ପାଇଁ ନିର୍ଦେଶ ଦିଆଯାଇଛି। ଖରାରୁ ରକ୍ଷା ପାଇବା ପାଇଁ ଲୋକମାନେ କ’ଣ କରିବେ ଓ କ’ଣ ନ କରିବେ ସେଥିନେଇ ପ୍ରଚାର ପ୍ରସାର କରାଯିବ।

Sambad

ଦୂରଗାମୀ ବସ୍‌ଗୁଡିକରେ ପିଇବା ପାଣି ବ୍ୟବସ୍ଥା ସହ ଆବଶ୍ୟକ ଔଷଧ ରଖାଯିବ। ବିଭିନ୍ନ ହାଟ ଓ ଜନଗହଳି ସ୍ଥାନରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ କୁହାଯାଇଛି। ଜିଲ୍ଲାର ବିଭିନ୍ନ ଅ˚ଚଳରେ ଜଳଛତ୍ର ଖୋଲି ପିଇବା ପାଣିର ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ସମ୍ଭାବ୍ୟ ଅ˚ଶୁଘାତ ମୁକାବିଲା ପାଇଁ ସଜାଗ ରହିବାକୁ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କୁ କୁହାଯାଇଛି।

ମେଡିକାଲରେ ସ୍ବତନ୍ତ୍ର ଅ˚ଶୁଘାତ ଵାର୍ଡ ଖୋଲିବା ସହ ଅତ୍ୟାବଶ୍ୟକ ଔଷଧ ବିପୁଳ ପରିମାଣରେ ମହଜୁଦ ରଖାଯିବ। ପଶୁପକ୍ଷୀଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥାର ସୁବିଧା କରିବାକୁ ପ୍ରାଣୀଧନ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଖରାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗୁଡିକ ଯଦି ଖୋଲେ ତେବେ ଦିନ ୧୧ ସୁଧାଶେଷ ହେବ ବୋଲି ଜଣାଯାଇଛି। ସେହିପରି ଖରା ସମୟରେ ଶ୍ରମିକମାନଙ୍କ କାର୍ଯ୍ୟ କରିବାର ସମୟ ନିର୍ଦ୍ଧାରଣ କରି ଜଣାଇ ଦିଆଯିବ। ଏହି ବୈଠକରେ ଜିଲ୍ଲା ପରିଷଦ ଅଧୢକ୍ଷା ତୁଳସୀ କ୍ରୀଶାନି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସ˚ସ୍ଥାର ପ୍ରକଳ୍ପ ନିର୍ଦେଶକ ପ୍ରବୀର କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ, ଡିଏଫଓ ରିଙ୍କୁ କୁମାରୀ, ଜୟପୁର ଜିଲ୍ଲାପାଳ ହେମକାନ୍ତ ସୟ, ଜରୁରୀ କାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ, ଗ୍ରାମୀଣ ଜଳ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ, ସାଉଥକୋ ନିର୍ବାହୀ ଯନ୍ତ୍ରୀ,  ଜିଲ୍ଲା ସୂଚନା ଓ ଲୋକ ସ˚ପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ପ୍ରମୁଖ ଉପସ୍ଥିତ ଥିଲେ।

 

ସମ୍ବନ୍ଧିତ ଖବର