ନିର୍ବାଚନ ଆଚରଣ ବିଧି ଉଲଘଂନ ଯୋଗୁ ଜଣେ ନିଲମ୍ବିତ

ଯାଜପୁରସଦର: ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗରେ ରସୁଲପୁର ପଶୁ ସମ୍ପଦ ବିଭାଗର ଆଟେଣ୍ଡାଣ୍ଟ ସୁଜିତ କୁମାର ସାମଲଙ୍କୁ ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ନିଲମ୍ବିତ କରିଛନ୍ତି। ନିଲମ୍ବନ ସମୟରେ ସୁଜିତଙ୍କୁ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ ରିପୋର୍ଟ କରିବାକୁ ଜିଲାପାଳ ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୬ ତାରିଖ ପ୍ରଥମ ପର୍ଯ୍ୟାୟ‌ରେ ମତଦାନ ହେବ। ଏଥି ପାଇଁ ଏବେ ପ୍ରଚାର ଜୋରଦାର ହେଉଛି। ଯେକୌଣସି ପ୍ରକାରରେ ନେତାମାନେ ନିର୍ବାଚନ ରୂପକ ବୈତରଣୀ ପାର ହେବା ପାଇଁ ଉଦ୍ୟମ କରୁଛନ୍ତି, ଯେଉଁଥି ପାଇଁ ଆଚରଣ ବିଧି ଉଲ୍ଲଂଘନ ହେଉଥିବା ଦୃଷ୍ଟିଗୋଚର ହେଉଛି। ଏପରିକି ସରକାରୀ କର୍ମଚାରୀ ମାନେ ମଧ୍ୟ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହୁଥିବା ନଜର ଆସୁଛି। ଏହାରି ମଧ୍ୟରେ ନିର୍ବାଚନ ପ୍ରଚାରରେ ବିଭିନ୍ନ ରାଜନୈତିକ ଦଳମାନେ ମଧ୍ୟ ନିୟମ ଉଲ୍ଲଂଘନ କରୁଛନ୍ତି। ଏନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଏପର୍ଯ୍ୟନ୍ତ ଏକାଧିକ ଅଭିଯୋଗ ହୋଇସାରିିଛି। ଜବାବରେ ନିର୍ବାଚନ ଆୟୋଗଙ୍କ ମଧ୍ୟରୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି।।

ସମ୍ବନ୍ଧିତ ଖବର