ନର୍ସଙ୍କ ଗାଁରେ ପହଞ୍ଚିଲେ ରାଜ୍ୟପାଳ

ଯାଜପୁର: ନର୍ସଙ୍କ ଗାଁରେ ପହଞ୍ଚିଲେ ରାଜ୍ୟପାଳ । ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାଜପୁର ଜିଲ୍ଳା ରସୁଲପୁର ଖଇରାବାଦ ଗାଁରେ । ବାଲେଶ୍ୱର ଗସ୍ତରେ ଥିବା ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନରେ ନର୍ସ ଚାକିରୀ କରୁଥିବା ସାଗରିକା ବେହେରାଙ୍କ କୁଆଖିଆ ନିକଟସ୍ଥ ଖଇରାବାଦ ଗ୍ରାମରେ ପହଂଚି ପରିବାରର ଆତିଥ୍ୟି ଗ୍ରହଣ କରି ପଇଡପାଣି ପିଇଥିଲେ ।

ସାଗରିକାଙ୍କ ବାପା ଗୋପୀନାଥ ବେହେରା ,ମା ଆରତୀ ଓ ପରିବାର କିଛି ସଦସ୍ୟଙ୍କ ସହ ଫଟୋ ଉଠାଇବା ସହ ଫେରିବା ସମୟରେ ଗାଁର କିଛି ଛୋଟପିଲା ଓ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ଏହି ଅବସରରେ ବିଶିଷ୍ଟ ଛାୟାଚିତ୍ର ଶିଳ୍ପୀ ବିଶ୍ୱନାଥ ମହାରଣା ରାଜ୍ୟପାଳଙ୍କୁ ନିଜ ହାତ ତିଆରି କାଠର କଠଉ ପିନ୍ଧାଇ ଉପହାର ଦେଇଥିଲେ । ପ୍ରଶାସନ ପକ୍ଷରୁ ରାଜ୍ୟପାଳଙ୍କ ଗସ୍ତପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

ସମ୍ବନ୍ଧିତ ଖବର