ରାୟଗଡ଼ା: ରାୟଗଡ଼ା ଗସ୍ତରେ ଆସି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କୋଲନରା ବ୍ଲକରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ତଦାରଖ କରିଛନ୍ତି । ପ୍ରଥମେ କୋଲନରା ବ୍ଲକର ଡ଼ାଙ୍ଗସର୍ଗିର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯାଇଥିବା ଗେଣ୍ଡୁ ଫୁଲ ଚାଷ, ମହୁ ଚାଷ ଓ ପରିବା ଚାଷ ଦେଖିବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ ।ଏହାପରେ ରାଜ୍ୟପାଳ ଦେଓପୁର ସ୍ଥିତ ଅମୃତ ସରୋବର ପରିଦର୍ଶନ କରିଥିଲେ ।

Advertisment

ସେହିଭଳି ମୁକୁନ୍ଦପୁର ପଞ୍ଚାୟତର ସାରୁବୁଗୁଡା ଗ୍ରାମରେ ପାଣି କୁଣ୍ଡରେ ହୋଇଥିବା ମାଛ ଚାଷ, ଛେଳିଚାଷ, କୁକୁଡ଼ା, ବାଇଗଣ ଚାଷ ଦେଖିବା ସହ ଏସଏଚଜି ସଦସ୍ୟାଙ୍କ ସହ ବିଭିନ୍ନ ଉନ୍ନୟନମୂଳକ ବିଷୟରେ ଆଲୋଚନା କରିଥିଲେ । ଅପରାହ୍ନରେ ରାୟଗଡ଼ା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ।

publive-image

ଏହା ପରେ ଜିସିଡି ହାଇସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ରାଜ୍ୟପାଳଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏସପି ବିବେକାନନ୍ଦ ଶର୍ମାଙ୍କ ସମେତ ଜଣେ ଅତିରିକ୍ତ ଏସପି, ୫ଜଣ ଡ଼ିଏସପି, ୯ ଇନସପେକ୍ଟର, ୧୫ ସବ ଇନସପେକ୍ଟର,୧୭ ଏଏସଆଇ, ୭୬ କନେଷ୍ଟବଳ, ୭ ପ୍ଲାଟୁନ ପୁଲିସ ଫୋର୍ସ ସହ ଓ ୫ଟି ଡିବିଏସ ଟିମକୁ ମୁତୟନ କରାଯାଇଛି।