ପତ୍ନୀଙ୍କ ଏକାଦଶାହରେ ସ୍ୱାମୀ-ପୁଅ ମୃତ୍ୟୁ ଘଟଣା:ସରକାରୀ ସହାୟତା ମିଳିଲା

ନୀଳଗିରି: ପତ୍ନୀଙ୍କ ଏକାଦଶାହରେ ସ୍ୱାମୀ ଓ ବଡ଼ପୁଅର ଚିକିତ୍ସା ଅଭାବରୁ ମୃତ୍ୟୁହେବା ଘଟଣାରେ ସରକାରୀ ସହାୟତା ମିଳିଛି। ନୀଳଗିରି ବ୍ଲକରେ ଜଡ଼ିଦା ପଞ୍ଚାୟତର ଯୋକନଣ୍ଡା ଗ୍ରାମରେ ଗୋପୀନାଥ ପ୍ରଧାନ(୬୫), ସ୍ତ୍ରୀ ସୁମିତ୍ରା (୫୫), ବଡ଼ ପୁତ୍ର ଦିବ୍ୟାଙ୍ଗ ରଂଜନ (୨୯) ମୃତ୍ୟୁ ଘଟଣାକୁ ନେଇ ଗତକାଲି ସମସ୍ତେ ଶୋକାଚ୍ଛନ୍ନ ହୋଇଥିଲେ। ଏହା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପରିବାରକୁ ସାହାଯ୍ୟ କରିବା ପାଇଁ ସରକାରଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲାପାଳ ନିର୍ଦ୍ଦେଶରେ ତହସିଲଦାର ମନୋରମା ଭୂୟାଁ ଉକ୍ତ ପରିବାର ନିକଟରେ ପହଞ୍ଚ ସାନପୁଅ ପ୍ରକାଶଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରିବା ସହିତ ହରିଶ୍ଚନ୍ଦ୍ର ଯୋଜନାରେ ୬ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏତଦ୍‌ବ୍ୟତୀତ ସରକାରୀ ନିୟମ ଅନୁଯାୟୀ ଉକ୍ତ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ଶ୍ରୀମତୀ ଭୂୟାଁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର