ରାଉରକେଲା: ରାଉରକେଲାସ୍ଥିତ ଗ୍ରାମୀଣ ସ୍ୱରୋଜଗାର ଯୋଜନା ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପ୍ରଶିକ୍ଷଣ ଦିଆଯାଇ ଆତ୍ମନିର୍ଭରଶୀଳ କରାଯାଇଥାଏ। ତେବେ ଏହି ପ୍ରଶିକ୍ଷଣ ଏସବିଆଇ ପରିଚାଳିତ ଏକ କେନ୍ଦ୍ରରେ ଦିଆଯାଇଥାଏ। ରାଉରକେଲାର ଏହି ପ୍ରଶିକ୍ଷଣ କେନ୍ଦ୍ରରେ ମହିଳା ପ୍ରଶିକ୍ଷାର୍ଥୀଙ୍କୁ ଅସଦାଚରଣ ହୋଇଥିବା ଗୁରୁବାର ଅଭିଯୋଗ ହୋଇଛି। ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକଙ୍କ ବିରୋଧରେ ରଘୁନାଥପାଲି ଥାନାରେ ମହିଳା ପ୍ରଶିକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ସିଭିଲ୍ ଟାଉନ୍ସିପ୍ର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମହିଳା ପ୍ରଶିକ୍ଷାର୍ଥୀମାନେ ଦେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି କି, ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ରଞ୍ଜନକୁମାର ନନ୍ଦୀ ବିଭିନ୍ନ ସମୟରେ କାମ ବାହାନାରେ ତାଙ୍କ ପାଖକୁ ଡାକି ପ୍ରଶିକ୍ଷାର୍ଥୀମାନଙ୍କ ସହିତ ଅସଦାଚଣ କରନ୍ତି। ଏପରି କି ରୁମ୍ରେ ଥିବା ବେଳେ ରଞ୍ଜନକୁମାର କିଛି ବି ନପଚାରି ରୁମ୍ ଭିତରକୁ ପଶି ଆସିଥାଆନ୍ତି।
ଏହି ଘଟଣାକୁ ନେଇ ନିର୍ଦ୍ଦେଶକ ରଞ୍ଜନକୁମାର ନନ୍ଦୀ କହନ୍ତି, ଏହି ଘଟଣାର କୌଣସି ଯଥାର୍ଥତା ନାହିଁ। ଏହିଠାରୁ ଅନେକ ପିଲା ପ୍ରଶିକ୍ଷଣ ନେଇ ଆତ୍ମନିର୍ଭରଶୀଳ ହୋଇଛନ୍ତି। ଏଯାବତ୍ ଏମିତି ଅଭିଯୋଗ କେହି ବି ଆଣି ନାହନ୍ତି। ତେଣୁ ଏହି ଅଭିଯୋଗକୁ ଖଣ୍ଡନ କରୁଛି ବୋଲି ନନ୍ଦୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/07harrasment3.jpg)