ଗ୍ରାନାଇଟ୍ ବୋଝେଇ ଗାଡିକୁ ଅଟାଇଲା ପୁଲିସ, କମ୍ ପଥର କହି ଅଧିକା ଚାଲାଣ କରୁଛି କମ୍ପାନି: ପ୍ରଦୀପ ମାଝୀ

ମାଲକାନଗିରି: ଜିଲ୍ଲାର ମୋଟୁ ଅଂଚଳରେ ଥିବା ଭିଜି ଗ୍ରାନାଏଟ୍‌ ପଥର ଚାଲାଣ କରୁଥିବା ବେଳେ ପୁଲିସ ସୀମାରେ ଅଟକାଇଥିବା ଜଣାପଡିଛି। ପଥର ଲଦି ଯାଉଥିବା ଗାଡି ଗୁଡିକର କୌଣସି କାଗଜ ପତ୍ର ଠିକ୍‌ ନଥିବା ନେଇ ପୁଲିସ ଜାଣିବା ପରେ ଗାଡିକୁ ଅଟକାଇଛି। ବର୍ତ୍ତମାନ କମ୍ପାନି ତରଫରୁ ଗାଡିର କାଗଜ ପତ୍ର ସବୁ ଠିକ୍‌ଠାକ କରୁଥିବା ଜଣାପଡିଛି। ତେବେ ଅନ୍ୟଦିଗରେ ଗତ ଦୁଇଦିନ ହେଲା ମାଲକାନଗିରି ଗସ୍ତରେ ଆସିଥିବା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କିନ୍ତୁ ଭିଜି ଗ୍ରାନାଏଟ୍‌ର ପଥର ଲଦି ହୋଇ ଯାଉଥିବା ଗାଡି ଗୁଡିକକୁ ନଛାଡିବା ପାଇଁ ପୁଲିସକୁ କହିଥିବା ଜଣାପଡିଛି। ଯେତିକି ପରିମାଣରେ ପଥର ଚାଲାଣ କରାଯିବା କଥା ତାହା ଠାରୁ ଅଧିକା ପଥର ଚାଲାଣ କରୁଥିବା ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି।

ମାଲକାନଗିରି ଜିଲ୍ଲାର ପୁଲିସ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ସବୁ ଜାଣି ଚୁପ ରହୁଛନ୍ତି ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି। ଭିଜି ଗ୍ରାନାଏଟ୍‌ କିପରି ମାଲକାନଗିରିରୁ ଗ୍ରାନାଏଟ୍‌ ପଥର ଲୁଟ କରି ଚାଲିଛି ଏନେଇ କାହାର ନିଘା ନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି। ତେବେ କଂଗ୍ରେସ ତରଫରୁ ସମସ୍ତ ଗାଡିକୁ ଅଟକାଇ ଦିଅ‌ାଯିବ। ଯଦି ଗାଡ଼ି ଗୁଡିକୁ ପୁଲିସ ଛାଡିଦିଏ ତେବେ କଂଗ୍ରେସ ଛାଡିବ ନାହିଁ ବୋଲି ଧମକ ଦେଇଛନ୍ତି।

Sambad

ତେବେ ଭିଜି ଗ୍ରାନାଏଟର ଗାଡି ଗୁଡିକ ପ୍ରାୟତଃ ସବୁବେଳେ ମୋଟୁ ରାସ୍ତା ଦେଇ ଆନ୍ଧ୍ରପ୍ରଦେଶକୁ ଯାଉଥିବା ବେଳେ ଆଜି କାହିଁକି ପୁଲିସ ଗାଡିକୁ ଅଟକାଇଲା ବୋଲି ସାଧାରଣରେ ପ୍ରଶ୍ନ କରାଯାଇଛି। ତେବେ ଏହା ଏମଭିଆଇ ଚେକିଂ ବୋଲି ପୁଲିସ କହିଛି। ଭିଜି ଗ୍ରାନାଏଟ୍‌କୁ କଂଗ୍ରେସ ଏକ ପ୍ରକାର ଟାର୍ଗେଟ କରିଥିବା ବେଳେ ସେ ଲୁଟ୍‌ କରି ଚାଲିଥିବା ମୂଲ୍ୟବାନ ପଥରର ପରିମାଣ ଯେତିକି ତା’ ଠାରୁ ଅଧିକା ସେ ଲୁଟ କରୁଥିବା କୁହାଯାଇଛି। ଗାଡି ଗୁଡିକର କାଗଜପତ୍ର ଠିକ୍‌ ଅଛି କି ନାହିଁ ତାହା ଜଣା ପଡିନଥିବା ବେଳେ କମ୍ପାନି ତରଫରୁ ସବୁ କାଗଜ ପତ୍ରକୁ ଠିକ୍‌ କରାଯାଉଥିବା ଜଣାପଡିଛି। ଆସନ୍ତାକାଲି ପ୍ରଦୀପ ମାଝୀ ମୋଟୁ ଅଂଚଳ ଗସ୍ତ କରୁଥିବା ବେଳେ ଭିଜି ଗ୍ରାନାଏଟ୍‌ର ସମସ୍ତ ଗାଡିକୁ ଅଟକାଇବେ ବୋଲି ଜଣାପଡିଛି। ଭିଜି ଗ୍ରାନାଏଟ୍‌ ଲୁଟ କରି ଚାଲିଥିବା ଅଧିକା ପଥରର ତୁରନ୍ତ ଯାଞ୍ଚ କରାଯାଉ ବୋଲି ଦାବି କରାଯାଇଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର