ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଧାମରା ଠାରେ ପ୍ରତିଷ୍ଠା ହେବ ଦେଶର ସର୍ବ ବୃହତ ଶିଳ୍ପପାର୍କ। ଏଥିପାଇଁ ଧାମରା ଠାରେ ୫୦୦୦ ଏକର ଜମିର ଆବଶ୍ୟକତା ରହିଛି। ୫ ହଜାର ଏକର ଜମି ଜିଲ୍ଲା ପ୍ରଶାସନ ଯୋଗାଇ ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗତ ଏକବର୍ଷ ହେବ ଭଦ୍ରକ ଜିଲ୍ଲା ରାଜସ୍ବ ବିଭାଗ ପକ୍ଷରୁ ଜମି ଖୋଜା ପ୍ରକ୍ରିୟା ଚାଲିଛି। ଏପ୍ରିଲ ପ୍ରଥମ ସପ୍ତାହରେ ଉପଜିଲ୍ଲାପାଳ ଦ୍ଵାରା ଏକ ବୈଠକ ଧାମରା ଠାରେ ଅନୁଷ୍ଠିତ ହୋଇଥିଲା। ସରକାରୀ ଜମି ଓ ବେସରକାରୀ ଜମି ଚିହ୍ନଟ କରାଯାଇଛି। ଏହି ଚିହ୍ନଟ ଜମିକୁ ପ୍ରଥମ ପର୍ଯ୍ୟାୟରେ ଅଧିଗ୍ରହଣ କରାଯିବ।

Advertisment

ଚାନ୍ଦବାଲି ତହସିଲ ଅଧୀନରେ ଥିବା ୧୦୫ ଏକର ସରକାରୀ ଜମି ସହିତ ୮୧୨ ଏକର ବେସରକାରୀ ଜମି, ୪୦ ଏକର ଜଙ୍ଗଲ ଜମି, ୬୫ ଏକର ଗୋଚର ଏବଂ ୪୪ ଏକର ସମରଦାୟିକ ଜମିକୁ ନେଇ ଏହି ଶିଳ୍ପ ପାର୍କ ପରିକଳ୍ପନା କରାଯାଇଥିବା ବେଳେ ଏହାର ପ୍ରଥମ ପର୍ଯ୍ୟାୟ ଜନ ଶୁଣାଣି ପାଇଁ ତାରିଖ ଘୋଷଣା କରାଯାଇଛି। ସରକାର ଇତି ମଧ୍ୟରେ ୧୦୫ ଏକର ସରକାରୀ ଜମି ଅଧିଗ୍ରହଣ କରାଯାଇ ଇଡ଼ିକୋକୁ ଜମି ହସ୍ତାନ୍ତର ସରିଥିବା ବେଳେ ୪୦ ଏକର ପରିମିତ ଜଙ୍ଗଲ କିସମ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ସେହିଭଳି ଘରୋଇ ମାଲିକାନାରେ ଥିବା ୮୧୨ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୫୫ ଏକର ଜମି ଅଧିଗ୍ରହଣ ପାଇଁ ପ୍ରଶାସନିକ ଅନୁମୋଦନ ପରେ ସର୍ବସାଧାରଣ ଜନ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି।

ସୂଚନା ଅନୁଯାୟୀ, ଆଗାମୀ ମଇ ମାସ ୩ ତାରିଖ ଦିନ ବଳଭଦ୍ର ପ୍ରସାଦ ୟୁଜିଏମଇ ସ୍କୁଲରେ ଜମି ଅଧିଗ୍ରହଣ ପାଇଁ ଜନ ଶୁଣାଣି ଅନୁଷ୍ଠିତ ହେବ। ସେହିଭଳି ମଇ ମାସ ୪ ତାରିଖ ଦିନ ଜଗନାଥ ପ୍ରସାଦ ବହୁମୁଖୀ ବାତ୍ୟା ଆଶ୍ରୟସ୍ତଳ ରେ ଏବଂ ମଇ ମାସ ୫ ତାରିଖ ଦିନ କୃଷ୍ଣ ପ୍ରସାଦ ବହୁମୁଖୀ ବାତ୍ୟା ଆଶ୍ରୟସ୍ତଳରେ ଜନ ଶୁଣାଣି ହେବ। ଜନ ଶୁଣାଣି ପରେ ଜମିଅଧିଗ୍ରହନ ପ୍ରକ୍ରିୟା ଚୁଡାନ୍ତ ହେବ ବୋଲି କତ୍ତୃପକ୍ଷ କହିଛନ୍ତି। ଶିଳ୍ପ ପାର୍କ ପାଇଁ ପଥମ ପର୍ଯ୍ୟାୟ ଜମି ଅଧିଗ୍ରହଣ ସରିବା ପରେ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ୨୯୦୨ ଏକର ଜମି ଅଧିଗ୍ରହଣ ଆରମ୍ଭ ହେବ। ଏଥିରେ ୧୧ ଗୋଟି ମୌଜାର ମାତ୍ର ୩୩୭ ଏକର ସରକାରୀ ଜମି ରହିଥିବା ବେଳେ କରଞ୍ଜମାଳ, ଶଙ୍ଖଯୋଡି, ବିଜିପୁର, ବଣୁଆସାହି, ସରସ୍ୱତୀ, ବାଜରାପୁର, ନୂଆଗାଁ, କୁସୁନୁପୁର, ସସିକାଦେଇପୁର, ଜଗନ୍ନାଥ ପ୍ରସାଦ ପ୍ରଭୁତି ୧୨ ଗୋଟି ମୌଜାରେ ଥିବା ୨୫୬୪ ଏକର ବେସରକାରୀ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ଏହି ସୂଚନା ଅନୁଯାୟୀ ଧାମରା ଶିଳ୍ପ ପାର୍କ ସକାସେ ଦୁଇଗୋଟି ପର୍ଯ୍ୟାୟରେ ସରକାର ମୋଟ ୪୧୨୫ ଏକର ଜମି ଅଧିଗ୍ରହଣ କରିବାକୁ ପ୍ରସ୍ତାବ ଚୂଡାନ୍ତ ହୋଇଛି। ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।