ସମ୍ବଲପୁର: ଭାରତ ବନ୍ଦରେ ସାମିଲ ହେଲେ ବର ଓ ବରଯାତ୍ରୀ। ସମ୍ବଲପୁରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ମଙ୍ଗଳବାର ସମ୍ବଲପୁର ତାଲବ ଛକରେ ଚାଷୀମାନେ ଭାରତ ବନ୍ଦଙ୍କୁ ସମର୍ଥନ କରି ପ୍ରାୟ ୨ଘଣ୍ଟା କାଳ ରାସ୍ତାରୋକ କରିଥିଲେ। ଅତ୍ୟାବଶ୍ୟକ ସେବାକୁ ବାଦ ଦେଇ ସମସ୍ତ ଯାନବାହନ ବନ୍ଦ ରହିଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ମଟର ଅଟକି ରହିଥିଲା। ଏହି ସମୟରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଣ୍ଡରି ଗାଁ’ର ସୁରଥ ବାଗ୍ ସମ୍ବଲପୁର ଜିଲ୍ଲାକୁ ବାହା ହେବା ପାଇଁ ବରଯାତ୍ରୀ ନେଇ ଆସୁଥିଲେ।

Advertisment

publive-image

ତେବେ ଚାଷୀ ସଂଗଠନ ତାଙ୍କ ଗାଡ଼ିକୁ ନ ଅଟକାଇ ଛାଡ଼ି ଦେଇଥିଲେ। ଏହାପରେ ବରବେଶୀ ସୁରଥ ଏବଂ ବରଯାତ୍ରୀ ମାନେ ଧାରଣାସ୍ଥଳକୁ ଯାଇ ଆନ୍ଦୋଳନରେ ସାମିଲ ହୋଇଥିଲେ। ସେ ନିଜେ ଜଣେ ଚାଷୀ ଓ ଏହି ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଜଣାଉଛନ୍ତି ବୋଲି ସୁରଥ କହିଥିଲେ। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।