କେନ୍ଦ୍ରାପଡାର ବର ଚାଲିଚାଲି କନ୍ୟା ଘରେ ଆସି ପହଞ୍ଚିଲେ, ସରଳତାର ସହ ଜୀବନସାଥିଙ୍କ ହାତ ଧରି ଚାରାଗଛ ବାଣ୍ଟିଥିଲେ

କେନ୍ଦ୍ରାପଡା: ପ୍ରତ୍ୟେକ ଯୁବକ/ଯୁବତୀ ନିଜ ବିବାହରେ କିଛି ଅଲଗା କରି ଦେଖାଇବାକୁ ଚାହାନ୍ତି। ତେବେ କେନ୍ଦ୍ରାପଡାରେ ଏକ ନିଆରା ବାହାଘର ଦେଖିବାକୁ ମିଳିଛି। ଏହି ବାହାଘରରେ ନାଥିଲା ବାଣବାଜା ନା ରୋଶଣୀ। ବର ଚାଲିଚାଲି ଆସି କନ୍ୟା ଘରେ ଆସି ପହଞ୍ଚିଥିଳେ। କେବଳ ଏତିକି ନୁହେଁ ପରିବେଶ ସନ୍ତୁଳତନର ବାର୍ତା ଦେଇ ଓ ଚାରା ଗଛ ବାଣ୍ଟି କେନ୍ଦ୍ରାପଡାର ସଂଜୟ ନାୟକ ନିଜ ବିବାହ ଉତ୍ସବକୁ ନିଆର କରି ଚର୍ଚ୍ଚାର ପରିସରରେ ରହିଛି।

ସଂଜୟ ନାୟକଙ୍କ ଧୁମ୍‌ ଧାମରେ ନୁହେଁ ବରଂ ସରଳତାର ସହ ଜୀବନସାଥିଙ୍କ ହାତ ଧରିଲେ। ସଂଜୟଙ୍କ ଘର କେନ୍ଦ୍ରାପଡାର ମହେନ୍ଦିନଗର ଗାଁରେ। ଭାରତୀୟ ଅର୍ଦ୍ଧସାମରିକ ବାହୀନିରେ କାର୍ଯ୍ୟରତ ସଂଜୟ ସାଇକେଲରେ ଓ ପାଦରେ ଚାଲିଚାଲି ଆସି ବାହାକଣ୍ଡିଆରେ କନ୍ୟା ଘରେ ପହଂଚିଥିଲେ । ଏଥିସହ ସଂଜୟ ଚାରାଗଛ ବାଣ୍ଟିବା ସହ ବୃକ୍ଷରୋପଣ କରି ପରିବେଶ ସନ୍ତୁଳନର ବାର୍ତା ଦେଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ସଂଜୟଙ୍କ ଏହି ପଦକ୍ଷେପକୁ ଉଭୟ ପରିବାର ବେଶ ସହଯୋଗ ଜଣାଇଛନ୍ତି ।ସଂଜୟଙ୍କ ଏହି ନିଷ୍ପତିରେ ପତ୍ନୀ ସୁଭଦ୍ରା ମଧ୍ୟ ଖୁସି ଜାହିର କରିଛନ୍ତି । ଏହି ବିବାହ ଉତ୍ସବରେ କିନ୍ନରମାନଙ୍କୁ ମଧ୍ୟ ସ୍‌ୱତନ୍ତ୍ର ଅତିଧି ଭାବେ ନିମନ୍ତ୍ରଣ କରାଯାଇଥିଲା । ତେବେ ମାର୍ଶାଘାଇ ଅଂଚଳର ଏହି ନିଆରା ବିବାହ ଉତ୍ସବ ସମଗ୍ର କେନ୍ଦ୍ରାପଡାରେ ଚର୍ଚ୍ଚାର ବିଷୟ ହେବା ସହ ଲୋକେ ଏହାକୁ ବେଶ ପ୍ରଶଂସା କରିଛନ୍ତି ।

ସମ୍ବନ୍ଧିତ ଖବର