ରେଳ ଷ୍ଟେସନରେ ଜିଆରପି-ଆରପିଏଫର ଚଢ଼ଉ: ୩୫ ଦାଦନ ଉଦ୍ଧାର, ଦଲାଲ୍ ଗିରଫ

ରାୟଗଡ଼ା: ଦାଦନ ରୋକିବାକୁ ଜିଆରପି, ଆରପିଏଫ୍ ପକ୍ଷରୁ ଆଜି ରାୟଗଡ଼ା ରେଳ ଷ୍ଟେସନରେ ଚଢ଼ଉ କରାଯାଇଛି। ଯାଞ୍ଚ ସମୟରେ ନିଜାମୁଦ୍ଦିନ୍ ନ୍ୟୁଦିଲ୍ଲୀ-ବିଶାଖାପାଟଣା ସମତା ଏକ୍ସପ୍ରେସରୁ ୩୫ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଦାଦନ ଚାଲାଣରେ ସଂପୃକ୍ତ ଦଲାଲ୍ ମହେଶ୍ବର ଭାଟିକୁ ପୁଲିସ୍ ଗିରଫ କରିଛି।

ତେଲେଙ୍ଗାନାର ଏକ ଇଟାଭାଟିରେ କାମ କରିବାକୁ ବଲାଙ୍ଗୀର, ବରଗଡ଼, ନୂଆପଡ଼ା ଅଞ୍ଚଳର ୩୫ ଦାଦନ ଟିଟିଲାଗଡ଼ ଷ୍ଟେସନରେ ସମତା ଏକ୍ସପ୍ରେସରେ ଚଢ଼ିଥିଲେ। ଜିଆରପି, ଆରପିଏଫ୍ ପକ୍ଷରୁ ମିଳିତ ଯାଞ୍ଚ ସମୟରେ ଉଭୟ ଟିମ୍ ଟ୍ରେନରେ ସମସ୍ତ ଦାଦନକୁ ପଚରା ଉଚରା କରିଥିଲେ। ଦାଦନ ଖଟିବାକୁ ତେଲେଙ୍ଗାନା ଯାଉଥିବା ପୁଲିସ୍ ଜାଣିବା ପରେ ସମସ୍ତଙ୍କୁ ଟ୍ରେନରୁ ଓହ୍ଲାଇଥିଲା। ଉଦ୍ଧାର ଦାଦନଙ୍କ ମଧ୍ୟରେ ୧୭ ପୁରୁଷ, ୧୨ ମହିଳା ଓ ୫ ଶିଶୁ ରହିଛନ୍ତି। ୫ ଶିଶୁଙ୍କୁ ରାୟଗଡ଼ା ଚାଇଲଡ୍ ଲାଇନକୁ ହସ୍ତାନ୍ତର କରାଯାଇଛି। ଦଲାଲ୍ ମହେଶ୍ବରକୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିବା ସହ ଉଦ୍ଧାର ଦାଦନକୁ ଘରକୁ ଫେରାଇ ଦେବା ପାଇଁ ପ୍ରୟାସ ଜାରି ରଖିଛି।

 

ସମ୍ବନ୍ଧିତ ଖବର