ଶୁଳିଆପଦା: ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଲୋଭ ଛାଡ଼ୁନି। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ୁଛନ୍ତି। ଏପରି ଅନେକ ଘଟଣା ପ୍ରାୟ ପ୍ରତିଦିନ ଘଟୁଥିଲେ ବି କେହି ହେଜୁ ନାହାନ୍ତି। ଆଜି ସେମିତି ଜଣେ ଜିଆର୍ଏସ୍ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ୍ ଅଧୀନ ଅଁଳାକୁଡ଼ା ଜିଆର୍ଏସ୍ ଗୌରମୋହନ ସୋରେନ। ସୂଚନା ଅନୁସାରେ; ଗୌରମୋହନ ଏକ ନରେଗା କାମର ବିଲ୍ ପାସ୍ କରି ଦେବାକୁ କହି ଜଣେ ଗ୍ରାମ ସଂଯୋଜକଙ୍କଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିିଲେ। ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ବାରିପଦା ଭିଜିଲାନ୍ସ ବିଭାଗର ଏକ ଟିମ୍ ତାଙ୍କୁ କାବୁ କରିଥିଲା। ତେବେ ଘଟଣା ବାବଦରେ ଅଧିକ ଖୋଳତାଡ଼ ହେବ ବୋଲି ଭିଜିଲାନ୍ସ ଟିମ୍ରେ ଥିବା ଜଣେ ଅଧିକାରୀ କହିଛନ୍ତି।
୯ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଜିଆରଏସ୍, ମାଡ଼ିବସିଲା ଭିଜିଲାନ୍ସ
/sambad/media/post_attachments/wp-content/uploads/2022/08/c937862a-ce76-46d5-915b-cf7ceeed00b2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)